ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ-ନକ୍ସଲ ମୁହାଁମୁହିଁ
ବରଗଡ: ପାଇକମାଳରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ଗନ୍ଧମାର୍ଦ୍ଧନ ପାହାଡ଼ରେ ଏନକାଉଣ୍ଟର । ଏବେ ବି ଜାରି ରହିଛି କୁମ୍ବିଂ ଅପରେସନ । ବରଗଡ଼ ଜିଲ୍ଲା ପାଇକମାଳରେ ଗୋଟିଏ ମାସ ମଧ୍ୟରେ ଦ୍ଵିତୀୟ ଥର ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ଗତକାଲି ବିଳମ୍ବିତ ରାତିରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି I ଗନ୍ଧମାର୍ଦ୍ଦନ ପାହାଡ଼ରେ ବହୁ […]
ବରଗଡ: ପାଇକମାଳରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ଗନ୍ଧମାର୍ଦ୍ଧନ ପାହାଡ଼ରେ ଏନକାଉଣ୍ଟର । ଏବେ ବି ଜାରି ରହିଛି କୁମ୍ବିଂ ଅପରେସନ । ବରଗଡ଼ ଜିଲ୍ଲା ପାଇକମାଳରେ ଗୋଟିଏ ମାସ ମଧ୍ୟରେ ଦ୍ଵିତୀୟ ଥର ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ଗତକାଲି ବିଳମ୍ବିତ ରାତିରୁ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି। ତେବେ ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି I
ଗନ୍ଧମାର୍ଦ୍ଦନ ପାହାଡ଼ରେ ବହୁ ସଂଖ୍ୟାରେ ନକ୍ସଲ ଥିବା ବେଳେ ସେମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ବି ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିବା ଜଣାଯାଇଛି। ସେଠାରୁ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି I ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ଜଣାଯାଇଛି।




