ପୁଲିସ-ମାଓ ଗୁଳି ବିନିମୟ: ୨ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ପୁଲିସ-ମାଓବାଦୀ ଗୁଳି ବିନିମୟ I ଏଥିରେ ଜଣେ ମହିଳା ମାଓବାଦୀ ଓ ଜଣେ ପୁରୁଷ ମାଓବାଦୀ ନିହତ ହୋଇଛନ୍ତି । ଉଭୟଙ୍କ ମୁଣ୍ଡରେ ୫ ଲକ୍ଷ ଓ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବା ସୂଚନା ମିଳିଛି I ଦନ୍ତେୱାଡା ଜିଲ୍ଲାର କିରନ୍ଦୁଲ ଅଞ୍ଚଳରେ ମାଓ ଦମନ ନିମନ୍ତେ ପୁଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀ […]

Samaya Live Picture
Published On

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେ ପୁଲିସ-ମାଓବାଦୀ ଗୁଳି ବିନିମୟ I ଏଥିରେ ଜଣେ ମହିଳା ମାଓବାଦୀ ଓ ଜଣେ ପୁରୁଷ ମାଓବାଦୀ ନିହତ ହୋଇଛନ୍ତି । ଉଭୟଙ୍କ ମୁଣ୍ଡରେ ୫ ଲକ୍ଷ ଓ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିବା ସୂଚନା ମିଳିଛି I

ଦନ୍ତେୱାଡା ଜିଲ୍ଲାର କିରନ୍ଦୁଲ ଅଞ୍ଚଳରେ ମାଓ ଦମନ ନିମନ୍ତେ ପୁଲିସ ପକ୍ଷରୁ ତଲାସି ଅଭିଯାନ ଜାରି ରହିଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ମାଓବାଦୀ ମାନେ ପୁଲିସକୁ ଦେଖି ଗୁଳି ଚାଳନା କରିଥିଲେ। ଏହାର ପାଲଟା ଜବାବ ଦେଇ ପୁଲିସ ବାହିନୀ ମଧ୍ୟ ଗୁଳି ଚାଳନା କରିଥିବା ବେଳେ କିଛି ସମୟ ମଧ୍ୟରେ ପୁଲିସ ସାମ୍ନା କରି ନପରି ମାଓବାଦୀ ମାନେ ଜଙ୍ଗଲ ମଧ୍ୟରେ ଲୁଚି ପଳାଇଥିଲେ।

ଏହାପରେ ପୁଲିସ ବାହିନୀ ଅଞ୍ଚଳରେ ତଲାସି କରିବା ବେଳେ ଜଣେ ମହିଳା ଓ ଜଣେ ପୁରୁଷ ମାଓବାଦୀର ମର ଶରୀରକୁ ଉଧାର କରିବା ସହ କିଛି ମାଓ ସାମଗ୍ରୀ ମଧ୍ୟ ଜବତ କରିଥିଲେ। ମୃତ ମହିଳା ମାଓବାଦୀ ଉପରେ ୫ ଲକ୍ଷ ଏ ପୁରସ୍କାର ରହିଥିବା ବେଳେ ପୁରୁଷ ମାଓବାଦୀ ଉପରେ ୧ଲକ୍ଷର ପୁରସ୍କାର ଥିବା ସୂଚନା ମିଳିଛି। ଆଜି ସନ୍ଧ୍ୟାରେ ଏହି ଗୁଳି ବିନିମୟ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସେହି ଅଞ୍ଚଳରେ ପୁଲିସ ପକ୍ଷରୁ ତଲାସି ଅଭିଯାନ ଜାରି ଥିବାରୁ ସମ୍ପୂର୍ଣ ତଥ୍ୟ ମିଳିପାରିନାହିଁ I

Tags: