ଭିଜିଲାନ୍ସ ଜାଲରେ ପୋଲିସ ବାବୁ
ବରଗଡ଼: ଖାକିରେ ଦାଗ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତ I ଆଜି ସକାଳୁ ଭିଜିଲାନ୍ସ ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏକ ସାଙ୍ଗରେ ଚଢାଉ କରିଛି I ସୂଚନାନୁସାରେ ଭିଜିଲାନ୍ସର ୪ଟି ଟିମ ବିରବରଙ୍କ ଏକ କାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି I ଭିଜିଲାନ୍ସ ଟିମ ଆଜି ଭୋର ପ୍ରାୟ ୩ଟାରୁ ଗାଇସିଲଟ ଥାନା, ଗାଇସିଲଟରେ ଥିବା ଘର, […]
ବରଗଡ଼: ଖାକିରେ ଦାଗ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତ I ଆଜି ସକାଳୁ ଭିଜିଲାନ୍ସ ଥାନା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏକ ସାଙ୍ଗରେ ଚଢାଉ କରିଛି I
ସୂଚନାନୁସାରେ ଭିଜିଲାନ୍ସର ୪ଟି ଟିମ ବିରବରଙ୍କ ଏକ କାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି I ଭିଜିଲାନ୍ସ ଟିମ ଆଜି ଭୋର ପ୍ରାୟ ୩ଟାରୁ ଗାଇସିଲଟ ଥାନା, ଗାଇସିଲଟରେ ଥିବା ଘର, ସମ୍ବଲପୁରରେ ଥିବା ଘର ଓ ଅତାବିରା ଟାଙ୍ଗରପାଲିରେ ଥିବା ଘରେ ଚଢ଼ାଉ କରାଯାଇଛି | ଚଢ଼ାଉ ବେଳେ ଭିଜିଲାନ୍ସ ବୀରବରଙ୍କ ଗାଇସିଲେଟ କ୍ୱାର୍ଟର୍ସରୁ ନଗଦ ଟଙ୍କା ସୁନା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ତେବେ ଏ ପର୍ଯ୍ୟନ୍ତ ସମସ୍ତ ଜବତ ସମ୍ପତ୍ତିର ଆକଳନ କରାଯାଇପାରି ନାହିଁ I




