ଭିଜିଲାନ୍ସ ଜାଲରେ ପୋଲିସ
ବୌଦ୍ଧ : ଜବତ ବାଇକକୁ ଛାଡିବା ପାଇଁ ୧୫ ହଜାର ଟଙ୍କା ମାଗୁଥିଲେ ଲାଞ୍ଚ I ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ ବାବୁ I ବୌଦ୍ଧ ବାଉଁସୁଣୀ ଥାନା ସବ ଇନ୍ସ୍ପେକଟର ବିକ୍ରମ କେଶରୀ ଦେହୁରୀଙ୍କୁ ଲାଞ୍ଚ ନେବାବେଳେ ବାନ୍ଧିଛି ଭିଜିଲାନ୍ସ I କୋର୍ଟ ଆର୍ଦ୍ର ସତ୍ତ୍ୱେ ଜବତ ଗାଡି ଛାଡିବାକୁ ନେଉଥିଲେ ୧୫ ହଜାର ଟଙ୍କା ଲାଞ୍ଚ I ଘଟନାନୁସାରେ,ବାଉଁସୁଣୀ ଥାନା କାର୍ଯ୍ୟରତ ସବ ଇନ୍ସ୍ପେକଟର ବିକ୍ରମ କେଶରୀ ଦେହୁରୀ ବଵଡI ଗାଁ ର କରୁଣାକର […]
ବୌଦ୍ଧ : ଜବତ ବାଇକକୁ ଛାଡିବା ପାଇଁ ୧୫ ହଜାର ଟଙ୍କା ମାଗୁଥିଲେ ଲାଞ୍ଚ I ଭିଜିଲାନ୍ସ ଜାଲରେ ପଡିଲେ ପୋଲିସ ବାବୁ I ବୌଦ୍ଧ ବାଉଁସୁଣୀ ଥାନା ସବ ଇନ୍ସ୍ପେକଟର ବିକ୍ରମ କେଶରୀ ଦେହୁରୀଙ୍କୁ ଲାଞ୍ଚ ନେବାବେଳେ ବାନ୍ଧିଛି ଭିଜିଲାନ୍ସ I କୋର୍ଟ ଆର୍ଦ୍ର ସତ୍ତ୍ୱେ ଜବତ ଗାଡି ଛାଡିବାକୁ ନେଉଥିଲେ ୧୫ ହଜାର ଟଙ୍କା ଲାଞ୍ଚ I
ଘଟନାନୁସାରେ,ବାଉଁସୁଣୀ ଥାନା କାର୍ଯ୍ୟରତ ସବ ଇନ୍ସ୍ପେକଟର ବିକ୍ରମ କେଶରୀ ଦେହୁରୀ ବଵଡI ଗାଁ ର କରୁଣାକର ନାଏକଙ୍କ ଜବତ ଗାଡିକୁ ଛାଡିବାକୁ ମୋଟା ଅଙ୍କର ଅର୍ଥ ଦାବି କରିଥିଲେ I ସେ ପୂର୍ବରୁ ୨୦ ହଜାର ଟଙ୍କା ନେଇ ସାରିଥିବାବେଳେ କୋର୍ଟ ଅର୍ଡର ଦେଖାଇବା ସତ୍ତ୍ୱେ ଆହୁରି ୧୫ ହଜାର ଟଙ୍କା ଦେବାକୁ କହିଥିଲେ। କରୁଣାକର ଏ ନେଇ ବୌଦ୍ଧ ଭିଜିଲାନ୍ସକୁ ଜଣାଇବା ପରେ, ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ବାଉଁସୁଣୀ ଥାନା ଅଂଚଳରେ ଛପି ରହିଥିଲା । ଫୋନ ପେ ଜରିଆରେ ଟଙ୍କା ଦେଣ ନେଣ ଚାଲିଥିବାବେଳେ ଧରିଥିଲା ଭିଜିଲାନ୍ସ ଏହା ସହିତ ମୋବାଇଲକୁ ମଧ୍ୟ ଜବତ କରାଯାଇଛି I ତେବେ ଘଟଣାର ଅଧିକ ତଦନ୍ତ ଚାଲିଥିବାବେଳେ ବୁଧୁବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଡ଼ିଏସପି I




