୨ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର

ଝାରସୁଗୁଡା: ୨ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୋଲିସ ଏନ୍ କାଉଣ୍ଟର । ଝାରସୁଗୁଡା ଜିଲ୍ଲା ବେଲପାହାଡ ବ୍ରଜରାଜନଗର ମଧ୍ୟରେ ଥିବା ଚୁଁଆକାନି ଜଙ୍ଗଲରେ ବେଲପାହାଡ଼ ପୁଲିସର ଏନ୍‌କାଉଣ୍ଟର କରିଛି । ଏ ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜିଙ୍କ ସହ ଝାରସୁଗୁଡ଼ା ଏସ୍‌ପି। ଉଭୟ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଦୁଇ ଅଭିଯୁକ୍ତ ହେଲେ ଶେଖ ଆସିଫ ଓ ଅଭିଷେକ ବାରିକ । ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ […]

୨ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର
Samaya Live Picture
Published On

ଝାରସୁଗୁଡା: ୨ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୋଲିସ ଏନ୍ କାଉଣ୍ଟର । ଝାରସୁଗୁଡା ଜିଲ୍ଲା ବେଲପାହାଡ ବ୍ରଜରାଜନଗର ମଧ୍ୟରେ ଥିବା ଚୁଁଆକାନି ଜଙ୍ଗଲରେ ବେଲପାହାଡ଼ ପୁଲିସର ଏନ୍‌କାଉଣ୍ଟର କରିଛି । ଏ ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜିଙ୍କ ସହ ଝାରସୁଗୁଡ଼ା ଏସ୍‌ପି। ଉଭୟ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଦୁଇ ଅଭିଯୁକ୍ତ ହେଲେ ଶେଖ ଆସିଫ ଓ ଅଭିଷେକ ବାରିକ । ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ। ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ଉଭୟଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଆସିଫ ନାଁରେ ୨ଟି ମାମଲା ରହିଛି। ଦୁର୍ଷ୍କମ ମାମଲାରେ ଆସିଫର ସହଯୋଗୀ ଏବେ ବି ଫେରାର ରହିଛି।

Tags: