ଶିମିଳିପାଳ ଅଞ୍ଚଳରେ ବ୍ୟାପକ ଅଫିମ ଗଛ ନଷ୍ଟ କଲା ପୋଲିସ
ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲ ଭିତରେ ବେଆଇନ ଅଫିମ ଚାଷକୁ ନଷ୍ଟ କଲା ପୋଲିସ I ଯଶିପୁର ପୋଲିସ ଶିମିଳିପାଳ ରିଜର୍ଭ ଜଙ୍ଗଲ ଭିତରେ ଚଢ଼ାଉ କରି ୧୫.୬୪ଏକର ଆଭ୍ୟନ୍ତରୀଣ ଅଞ୍ଚଳର ୩ଟିସ୍ଥାନରେ ୫ ଲକ୍ଷ ୨୫ ହଜାର ବେଆଇନ ଅଫିମ ଗଛକୁ ନିଆଁ ଲଗାଇ ନଷ୍ଟ କରିଛି I କରଞ୍ଜିଆ ଏସଡିପିଓ ଏବଂ ଯଶିପୁର ପୋଲିସ ଷ୍ଟେସନ ଆଇଆଇସିଙ୍କ ମିଳିତ ଟିମ ରବିବାର ଚଢ଼ାଉ କରି ବେଆଇନ ଅଫିମ ଚାଷକୁ ନଷ୍ଟ କରିଛନ୍ତି […]
ମୟୁରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲ ଭିତରେ ବେଆଇନ ଅଫିମ ଚାଷକୁ ନଷ୍ଟ କଲା ପୋଲିସ I ଯଶିପୁର ପୋଲିସ ଶିମିଳିପାଳ ରିଜର୍ଭ ଜଙ୍ଗଲ ଭିତରେ ଚଢ଼ାଉ କରି ୧୫.୬୪ଏକର ଆଭ୍ୟନ୍ତରୀଣ ଅଞ୍ଚଳର ୩ଟିସ୍ଥାନରେ ୫ ଲକ୍ଷ ୨୫ ହଜାର ବେଆଇନ ଅଫିମ ଗଛକୁ ନିଆଁ ଲଗାଇ ନଷ୍ଟ କରିଛି I କରଞ୍ଜିଆ ଏସଡିପିଓ ଏବଂ ଯଶିପୁର ପୋଲିସ ଷ୍ଟେସନ ଆଇଆଇସିଙ୍କ ମିଳିତ ଟିମ ରବିବାର ଚଢ଼ାଉ କରି ବେଆଇନ ଅଫିମ ଚାଷକୁ ନଷ୍ଟ କରିଛନ୍ତି । ନଷ୍ଟ ହୋଇଥିବା ଅଫିମ ଗଛର ମୂଲ୍ୟ ପ୍ରାୟ ୧୦.୬୬କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଶିମିଳିପାଳ ଟାଇଗର ରିଜର୍ଭ ଭିତରେ ଥିବା ବାକୁଆ ଏବଂ କୁକୁର୍ବୁକା ଗ୍ରାମ ନିକଟରେ ବେଆଇନ ଅଫିମ ଚାଷ କରାଯାଉଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ।
ଘଟଣା ସମ୍ପର୍କରେ ଯଶିପୁର ପୋଲିସ ଷ୍ଟେସନରେ ଧାରା ୧୮ NDPS ଆକ୍ଟ ଏବଂ ୧୮ NDPS ଅଧିନିୟମ ଅନୁଯାୟୀ ଦୁଇଟି ମାମଲା ରୁଜୁ ହୋଇଛି । ଚଳିତ ବର୍ଷ ଫେବୃଆରୀ ୨୪ ରେ, ଶିମିଳିପାଳ ଟାଇଗର ରିଜର୍ଭ ଭିତରେ ପ୍ରାୟ ୨୬ ଲକ୍ଷ ଟଙ୍କା ମୂଲ୍ୟର ୧୩,୦୦୦ ଅଫିମ ଗଛ ନଷ୍ଟ କରାଯାଇଥିଲା । ମୟୂରଭଞ୍ଜ ପୋଲିସର ସୂଚନାନୁସାରେ, ଅଫିମ ଚାଷକୁ ଚିହ୍ନଟ ଏବଂ ନଷ୍ଟ କରିବା ପାଇଁ ଅଧିକ ତଦନ୍ତ କାର୍ଯ୍ୟ ଜାରି ରହିବ । ତେବେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଏହି ଅଫିମ ଚାଷ କିଏ କରୁଥିଲା ଓ ଏହି ଅଫିମ ଚାଷ ପଛରେ କାହାର ହାତ ଅଛି ଏ ନେଇ ପୁଲିସ ସ୍ପଷ୍ଟ କରି ନ ଥିଲା ବେଳେ ଏହାର ତଦନ୍ତ ଚାଲିଥିବା କହିଛି I




