ପୋଲିସ ପଞ୍ଝାରେ ରସିକିଆ ପ୍ରେମିକ

ବାରିପଦା : ପୋଲିସ ପଞ୍ଝାରେ ରସିକିଆ ପ୍ରେମିକ । ପ୍ରଥମେ ସାମାଜିକ ଗଣମାଧ୍ୟମ ଜରିଆରେ ସୁନ୍ଦରୀ ଯୁବତୀଙ୍କୁ ଫ୍ରେଣ୍ଡ୍ ରିକୁଏଷ୍ଟ୍ ପଠାଇବା ପରେ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ୍ କରୁଥିଲା । ଏହି ପ୍ରେମିକ ପ୍ରବର ହେଉଛନ୍ତି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଗାଁର ତ୍ରୈଲୋକ୍ୟ ରଞ୍ଜନ ପାତ୍ର । ଜଣେ କି ଦୁଇ ଜଣ ନୁହେଁ, ଶତାଧିକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଲକ୍ଷାଧିକ ଟଙ୍କା ଠକି ଚମ୍ପଟ ମାରୁଥିଲା । […]

Samaya Live Picture
Published On

ବାରିପଦା : ପୋଲିସ ପଞ୍ଝାରେ ରସିକିଆ ପ୍ରେମିକ । ପ୍ରଥମେ ସାମାଜିକ ଗଣମାଧ୍ୟମ ଜରିଆରେ ସୁନ୍ଦରୀ ଯୁବତୀଙ୍କୁ ଫ୍ରେଣ୍ଡ୍ ରିକୁଏଷ୍ଟ୍ ପଠାଇବା ପରେ ପ୍ରେମ ଜାଲରେ ଫସାଇ ଟଙ୍କା ଲୁଟ୍ କରୁଥିଲା । ଏହି ପ୍ରେମିକ ପ୍ରବର ହେଉଛନ୍ତି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ କବାଟବନ୍ଧ ଗାଁର ତ୍ରୈଲୋକ୍ୟ ରଞ୍ଜନ ପାତ୍ର । ଜଣେ କି ଦୁଇ ଜଣ ନୁହେଁ, ଶତାଧିକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଲକ୍ଷାଧିକ ଟଙ୍କା ଠକି ଚମ୍ପଟ ମାରୁଥିଲା । ଏହି ଧୂର୍ତ୍ତ ପ୍ରେମିକଙ୍କୁ ଆଜି ବାରିପଦା ଟାଉନ ପୋଲିସ ଧରି କୋର୍ଟ ଚାଲାଣ କରିଛି ।

ସୂଚନାନୁସାରେ,ମଧୁବନ ଅଞ୍ଚଳର ଜଣେ ଯୁବତୀଙ୍କ ସହ ଏମିତି ପ୍ରେମ ସଂପର୍କ ସ୍ଥାପନ କରି ୧.୫ ଲକ୍ଷ ଟଙ୍କା ହଡ଼ପ କରିଥିଲା। ଏନେଇ ଯୁବତୀଜଣକ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ କରି ପୁରୀ ଜିଲ୍ଲାର ବାସେଲିସାହି ଥାନା ହାତୀସାହି ଅଞ୍ଚଳରୁ ତ୍ରୈଲୋକ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତଦନ୍ତ ସମୟରେ ସେ ଶତାଧିକ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖି ଟଙ୍କା ଠକିଥିବା ସାମ୍ନାକୁ ଆସିଛି।

Tags: