ବ୍ରାଉନ ସୁଗାର ଚଢ଼ାଉ ବେଳେ ପୋଲିସକୁ ଆକ୍ରମଣ ଘଟଣା,ଆଉ ୨ ଗିରଫ
ବାଲେଶ୍ୱର : ବ୍ରାଉନ ସୁଗର ଚଢଉବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣା । ମୁଖ୍ୟ ଅଭିଯୁକ୍ତ ମହିଳା ବ୍ରାଉନସୁଗାର ବେପାରୀ ମଲ୍ଲିକା ଏବଂ ତାର ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ପୋଲିସ । ସେମାନଙ୍କୁ ପଶ୍ଚିମବଙ୍ଗର ଦାନ୍ତନ ଥାନା ଅଞ୍ଚଳରୁ ବିଳମ୍ବିତ ରାତିରେ ଗିରଫ କରାଯାଇଛି । ମଲ୍ଲିକା ହିଁ ବ୍ରାଉନସୁଗାର ବେପାରର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ଗତ ଡିସେମ୍ବର ୨୩ ତାରିଖରେ ବାଲେଶ୍ଵର ଜିଲ୍ଲା […]
ବାଲେଶ୍ୱର : ବ୍ରାଉନ ସୁଗର ଚଢଉବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ ଘଟଣା । ମୁଖ୍ୟ ଅଭିଯୁକ୍ତ ମହିଳା ବ୍ରାଉନସୁଗାର ବେପାରୀ ମଲ୍ଲିକା ଏବଂ ତାର ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ପୋଲିସ । ସେମାନଙ୍କୁ ପଶ୍ଚିମବଙ୍ଗର ଦାନ୍ତନ ଥାନା ଅଞ୍ଚଳରୁ ବିଳମ୍ବିତ ରାତିରେ ଗିରଫ କରାଯାଇଛି । ମଲ୍ଲିକା ହିଁ ବ୍ରାଉନସୁଗାର ବେପାରର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି ।
ଗତ ଡିସେମ୍ବର ୨୩ ତାରିଖରେ ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାର ନିକଟରେ ବ୍ରାଉନସୁଗାର ବେପାର ଅଭିଯୋଗରେ ଜଳେଶ୍ଵର ଅବକାରୀ ବିଭାଗ ସାଟେଲାଇଟ ୟୁନିଟର ସ୍ଵତନ୍ତ୍ର ଟିମ୍ ଚଢ଼ଉ କରିଥିଲା । ଅବକାରୀ ବିଭାଗ ବ୍ରାଉନ ସୁଗାର ଜବତ କରିବା ସହିତ ଜଣେ ମହିଳାଙ୍କୁ ଉଠାଇ ନେଇଥିଲା । ଏହି ସମୟରେ ବସ୍ତି ବାସିନ୍ଦାମାନେ ଅବକାରୀ ଟିମକୁ ଆକ୍ରମଣ କରି ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରି ଅଟକ ରଖିବା ସହ ଗାଡି ଚାବି ଛଡାଇ ନେଇଥିଲେ । ଗିରଫ ହୋଇଥିବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ମୁଲତାନି ମାଟିକୁ ବ୍ରାଉନ ସୁଗାର ଦର୍ଶାଇ ମିଥ୍ୟା ଆରୋପର ତାଙ୍କୁ ଗରିଫ କରାଯାଇଛି ।ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଥିଲା । ଅଭିଯୁକ୍ତମାନେ ଗିରଫ ହେବା ପରେ ବ୍ରାଉନସୁଗାର ବେପାର ହେଉଥିବା ନେଇ ସତ ମାନି ଥିଲେ ।




