ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଏଏସଆଇ ବୁଦୁ ଭୋଇ । ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ ଛାଡିବା ପାଇଁ ଅଭିଯୋଗକାରୀ ଠାରୁ ଏହି ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ମୁତାବକ ଏଏସଆଇ ବୁଦୁ ଭୋଇ ଆଜି ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ । […]

ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ
Samaya Live Picture
Published On

ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଏଏସଆଇ ବୁଦୁ ଭୋଇ । ଏକ ଦୁର୍ଘଟଣା ମାମଲାରେ ଜବତ ହୋଇଥିବା ମୋଟରସାଇକେଲକୁ ଛାଡିବା ପାଇଁ ଅଭିଯୋଗକାରୀ ଠାରୁ ଏହି ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ମୁତାବକ ଏଏସଆଇ ବୁଦୁ ଭୋଇ ଆଜି ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୁଦୁ ଭୋଇଙ୍କ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ।

ଖବର ଅନୁଯାୟୀ, ଗତ ଏକ ମାସ ଧରି ଅଭିଯୋଗକାରୀ ଏଏସଆଇ ବୁଦୁ ଭୋଇଙ୍କୁ ତାଙ୍କ ମୋଟରସାଇକେଲ ଛାଡିବା ପାଇଁ ଅନୁରୋଧ କରି ଆସୁଥିଲେ। କିନ୍ତୁ ବୁଦୁ ଭୋଇ ଏହାକୁ ଛାଡିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏହାପରେ ଅଭିଯୋଗକାରୀ ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଆଜି ଅଭିଯୋଗକାରୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଭିଯୁକ୍ତ ଏଏସଆଇ ବୁଦୁ ଭୋଇଙ୍କୁ ଗିରଫ କରିଛି। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଏହାପରେ ତାଙ୍କର ଏକକାଳୀନ ୨ ସ୍ଥନାରେ ଚଢାଉ ଜାରି ରହିଥିବା ସୂଚନା ।

Tags: