ଝିଅକୁ ମାରି ପୋଡି ଦେବା ଘଟଣାରେ ବାପାଙ୍କ ସହିତ ୩ ମାଲଭାଇଙ୍କୁ ବାନ୍ଧିଲା ପୋଲିସ
କୋଣାର୍କ : ନିଜ ଜନ୍ମ କଲା ଝିଅକୁ ମାରି ପୋଡିଦେଲା ବାପା I ପ୍ରମାଣ ନଷ୍ଟ ପାଇଁ ମଶାଣିରେ ପୋଡା ଯାଇଥିବା ଜାଗାକୁ ବି ଧୋଇ ସଫା କରିଦେଲା I ମାତ୍ର ଏହି ଘଟଣା ଲୁଚି ରହି ପାରିଲା ନାହିଁ I ହତ୍ୟାକାରୀ ବାପା ସମେତ ୩ ମାଲ ଭାଇଙ୍କୁ ବାନ୍ଧିଛି ପୋଲିସ I ଏଇଭଳି ଜଘନ୍ୟ କାଣ୍ଡ ଘଟିଥିଲା କୋଣାର୍କ ଗୋପ ଥାନା ଅନ୍ତର୍ଗତ ବିଜିପୁର ଗାଁରେ I ଘଟନାନୁସାରେ,ବିଜିପୁର ଗାଁ ରେ ରୁହନ୍ତି ଦୁର୍ଗାଚରଣ […]
କୋଣାର୍କ : ନିଜ ଜନ୍ମ କଲା ଝିଅକୁ ମାରି ପୋଡିଦେଲା ବାପା I ପ୍ରମାଣ ନଷ୍ଟ ପାଇଁ ମଶାଣିରେ ପୋଡା ଯାଇଥିବା ଜାଗାକୁ ବି ଧୋଇ ସଫା କରିଦେଲା I ମାତ୍ର ଏହି ଘଟଣା ଲୁଚି ରହି ପାରିଲା ନାହିଁ I ହତ୍ୟାକାରୀ ବାପା ସମେତ ୩ ମାଲ ଭାଇଙ୍କୁ ବାନ୍ଧିଛି ପୋଲିସ I ଏଇଭଳି ଜଘନ୍ୟ କାଣ୍ଡ ଘଟିଥିଲା କୋଣାର୍କ ଗୋପ ଥାନା ଅନ୍ତର୍ଗତ ବିଜିପୁର ଗାଁରେ I
ଘଟନାନୁସାରେ,ବିଜିପୁର ଗାଁ ରେ ରୁହନ୍ତି ଦୁର୍ଗାଚରଣ ମହାରଣା I ତାଙ୍କର ଦୁଇ ଝିଅ ରଞ୍ଜିତା ଓ ମୋନାଲି I ଦୁର୍ଗା ଚରଣ ଙ୍କର ପ୍ରଥମ ପତ୍ନୀଙ୍କର ୨୦୧୮ ରେ ଦେହାନ୍ତ ପରେ ସେ ୨୦୨୦ ରେ ଦ୍ଵିତୀୟ ବିବାହ କରିଥିଲେ I ସେହି ସମୟରେ ଦୂର୍ଗାଚରଣଙ୍କ ବଡ଼ ଝିଅ ରଞ୍ଜିତା କଲକତାରେ ଏକ ଘରୋଇ କମ୍ପାନୀରେ ଚାକିରୀ କରି ନିଜ ସାନ ଭଉଣୀ ମୋନାଲିଙ୍କୁ କଲେଜ ରେ ପାଠ ପଢ଼ାଉଥିଲେ I
ସାବତ ମା’ ଆସିବା ପରେ ଘରେ ମୋନାଲିଙ୍କ ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର I ଏଥିରେ ଗତ ଶନିବାର ରାତିରେ ବାପା ଉତ୍କ୍ଷିପ୍ତ ହୋଇ ନିଜ ଝିଅକୁ ନିର୍ଘାତ ପିଟି ଥିଲେ I ଏଥିରେ ଝିଅ ବେହୋସ ହୋଇ ତଳେ ପଡିଯିବାରୁ ମରି ଯାଇଥିବ ଭାବି ତାକୁ ରାତI ରାତି ମଶାଣୀ ନେଇ ପୋଡି ଦେଇଥିଲେ I କେବଳ ସେତିକି ନୁହେଁ ପ୍ରମାଣ ନଷ୍ଟ କରିବା ପାଇଁ ମଶାଣୀକୁ ଧୋଇ ଧାଇ ସଫା କରି ପାଉଁଶ କୁ ମଧ୍ୟ ଗାୟବ କରିଦେଇଥିଲେ I ଏଥିରେ ତାଙ୍କୁ ସହଯୋଗ କରିଥିଲେ ଦୁର୍ଗା ଚରଣଙ୍କର ୩ ସମ୍ପର୍କୀୟ I ଏମାନେ ଯୁବତୀଙ୍କ ୨ ଦାଦା ଓ ସମ୍ପର୍କୀୟ ଜେଜେ ବୋଲି ଜଣାପଡିଛି ।
ଏ ସମ୍ପର୍କରେ ଫୋନ୍ ଯୋଗେ ରଞ୍ଜିତା ଭଉଣୀ ମୃତ୍ୟୁର ସୂଚନା ପାଇ ଘରକୁ ଫେରିଥିଲେ। ହେଲେ ଘରେ ଭଉଣୀକୁ ନ ପାଇ ଏନେଇ ସେ ଗୋପ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଘଟଣାର ଖୋଳତାଡ଼ କରୁ କରୁ ଏହି ସାଂଘାତିକ ଘଟଣା ର ପର୍ଦାଫାଶ କରିଛି I
ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଡିସନାଲ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ଏଥିସହ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିବା ସେ କହିଛନ୍ତି। ହେଲେ କେଉଁ ପରିସ୍ଥିତିରେ, କିପରି ଏହା ଘଟିଛି ତଥା କିଏ ଏହି କାଣ୍ଡ ଭିଆଇଛି ତା’ ଉପରୁ ଖୁବ୍ ଶୀଘ୍ର ପରଦା ହଟିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଠି ସହ ପୁଲିସ ଅଭିଯୁକ୍ତ ବାପା ଦୁର୍ଗାଚରଣ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶବ ସତ୍କାର କରିବାକୁ ଯାଇଥିବା ଦାଦା ଶିବ ମହାରଣା, ସୁଶାନ୍ତ ମହାରଣା ଓ ସମ୍ପର୍କୀୟ ଜେଜେ ନକୁଳ ମହାରଣା ଗୋପ ଥାନାରେ ଅଟକ ଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ମନବ୍ରତା ଶତପଥୀ ସୂଚନା ଦେଇଛନ୍ତି। ଏହି ଘଟଣାକୁ ପୁଲିସ ଅତି ଗୁରୁତର ସହ ନେଇଥିବା ବେଳେ ଗିରଫ ସଂଖ୍ୟା ବୃଦ୍ଧି ହେବାର ଆଶଙ୍କା ରହିଛି।
ଆସନ୍ତା ସପ୍ତାହ ସୁଦ୍ଧା ଏହି ମାମଲାର ପର୍ଦ୍ଦାଫାସ ହେବ ବୋଲି କହିଛନ୍ତି ଆଡିସନାଲ ଏସ୍ପି । ଖୁବ୍ ଶୀଘ୍ର ଅନ୍ୟ ଅବଶିଷ୍ଟ ମାଲଭାଇଙ୍କ ସମେତ ମୋନାଲିଙ୍କ ସାବତ ମା’ ଓ ତାଙ୍କ ଭାଇକୁ ବି କାବୁ କରାଯିବ ବୋଲି କହିଛନ୍ତି ଆଡିସନାଲ ଏସ୍ପି।




