ପହଲଗାମ ହମଲା ନେଇ ପ୍ରଧାନମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକ
ନୂଆଦିଲ୍ଲୀ : ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁକାଶ୍ମୀର ପହଲଗାମର ବୈସରନରେ ନାରକୀୟ କାଣ୍ଡ ଘଟାଇଛନ୍ତି ଆତଙ୍କବାଦୀ । ୨ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୨୬ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏହି ବର୍ବରଚିତ ଘଟଣାରେ ଲସ୍କର-ଏ-ତୋଇବାର ଶାଖା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍)’ ନିଜକୁ ଦାୟୀ କରିଛି । ଆତଙ୍କୀ ଆକ୍ରମଣ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ସାଉଦି ଆରବ ଗସ୍ତ ଅଧାରୁ ଭାରତ ଫେରି ଆସିଛନ୍ତି । ଆତଙ୍କବାଦୀଙ୍କ ଆଗରେ ନଇଁବନି […]
ନୂଆଦିଲ୍ଲୀ : ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁକାଶ୍ମୀର ପହଲଗାମର ବୈସରନରେ ନାରକୀୟ କାଣ୍ଡ ଘଟାଇଛନ୍ତି ଆତଙ୍କବାଦୀ । ୨ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ୨୬ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ଏହି ବର୍ବରଚିତ ଘଟଣାରେ ଲସ୍କର-ଏ-ତୋଇବାର ଶାଖା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍)’ ନିଜକୁ ଦାୟୀ କରିଛି । ଆତଙ୍କୀ ଆକ୍ରମଣ ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ସାଉଦି ଆରବ ଗସ୍ତ ଅଧାରୁ ଭାରତ ଫେରି ଆସିଛନ୍ତି । ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ । ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି । ସବୁ ପରିସ୍ଥିତିକୁ ସାମ୍ନା କରିବ କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ପହଞ୍ଚିବାପରେ ପାଲମ ବିମାନ ବନ୍ଦରରେ ଏକ ଜରୁରୀ ବୈଠକ ଡ଼କାଇଛନ୍ତି । ବୈଠକରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଆଜି ସୁରକ୍ଷା ସଂପର୍କିତ କ୍ୟାବିନେଟ ବୈଠକରେ ଏ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି । ଆତଙ୍କୀ ହମଲାର ତଦନ୍ତ କରିବାକୁ ଜାତୀୟ ତଦନ୍ତ କାରି ସଂସ୍ଥା ପହଲଗାମ୍ରେ ପହଞ୍ଚିଛି । ଏହି ଆତଙ୍କୀ ହମଲାକୁ ସାରା ବିଶ୍ୱ ନିନ୍ଦା କରିଛି ।
ସୂଚନାନୁସାରେ,ମଙ୍ଗଳବାର ସନ୍ଧ୍ୟାରେ ପହଁଲଗାମ ଉପତ୍ୟକା ବୈସରନ ଅଞ୍ଚଳରେ ଆତଙ୍କବାଦୀମାନେ ଗଣହତ୍ୟା କରିବା ପୂର୍ବରୁ ଆତଙ୍କବାଦୀମାନେ ସୁଚିନ୍ତିତ ଯୋଜନା କରି ବିପୁଳ ଅସ୍ତ୍ର ଶସ୍ତ୍ର ସହ ମିଲିଟାରୀ ପୋଷାକ ପିନ୍ଧି ସେଠାରେ ପହଞ୍ଚିଥିଲେ । ପ୍ରଥମେ ସେଠାରେ ଥିବା ପର୍ଯ୍ୟଟକମାନଙ୍କୁ ସେମାନେ କେଉଁ ଧର୍ମର ବୋଲି ପଚାରିବା ସହ ଏକ ଧର୍ମୀୟ ସ୍ଲୋଗାନ କଲମା ପଢ଼ିବାକୁ ଦେଇଥିଲେ ତେବେ ଏହାକୁ ଯେଉଁମାନେ ପଢି ପାରି ନଥିଲେ ସେମାନଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ଜଣେ ମହିଳା କହିଛନ୍ତି ତାଙ୍କ ସ୍ବାମୀଙ୍କୁ ଆତଙ୍କୀମାନେ ମୁଣ୍ଡରେ ହିଁ ଗୁଳି କରିଥିଲେ। ଗୁଳିକାଣ୍ଡ ସମୟରେ ସେଠାରେ ୪୦ରୁ ଅଧିକ ପର୍ଯ୍ୟଟକ ଥିଲେ ବୋଲି ସୂଚନା ମିଳିଛି। ଆତଙ୍କବାଦୀଙ୍କ କବଳରୁ କେହି ବର୍ତ୍ତିବା ସମ୍ଭବ ନଥିଲା। ସେମାନଙ୍କ ହାତରେ ଥିଲା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଜଣେ ମହିଳାଙ୍କ ସ୍ୱାମୀଙ୍କୁ ଗୁଳିମାରି ହତ୍ୟା କରିବା ପରେ ମହିଳା ଜଣକ ତାଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିବାକୁ ଆତଙ୍କବାଦୀଙ୍କୁ କହିବାରୁ ସେ କହିଥିଲେ ‘ଏ କଥା ତୁମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯାଇ ଜଣାଇ ଦିଅ ‘ ।
ଗତ ୧୫ବର୍ଷରେ ଜମ୍ମୁରେ ୧୧ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି । ସେନା ବେଶରେ ଆସି ନୀରିହ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କୀ




