ପୀତବାସ ପଣ୍ଡା ହତ୍ୟା ମାମଲା,ପୂର୍ବତନ ବିଜେଡି ବିଧାୟକଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ

ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ପଚରାଉଚରା । ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ତଥା ଜ଼ିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ତାଙ୍କ ଘରୁ ରାତି ଅଧିଆ ଉଠାଇ ନେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ୟ ଥାନା ଅଧିକାରୀଙ୍କ ସହ ନିଜେ ଏସପି ଆସି ତାଙ୍କୁ ଡାକି ନେଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ […]

ପୀତବାସ ପଣ୍ଡା ହତ୍ୟା ମାମଲା,ପୂର୍ବତନ ବିଜେଡି ବିଧାୟକଙ୍କୁ ରାତି ଅଧିଆ ଉଠାଇନେଲା ପୋଲିସ
Samaya Live Picture
Published On

ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ପଚରାଉଚରା । ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ତଥା ଜ଼ିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ତାଙ୍କ ଘରୁ ରାତି ଅଧିଆ ଉଠାଇ ନେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ୟ ଥାନା ଅଧିକାରୀଙ୍କ ସହ ନିଜେ ଏସପି ଆସି ତାଙ୍କୁ ଡାକି ନେଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୂର୍ବରୁ ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିଜେଡି ସଦସ୍ୟ ମଦନ ଦଳେଇ ଓ ପୂର୍ବତନ ମେୟର ଶିବ ଶଙ୍କର ଦାଶଙ୍କୁ ପୁଲିସ ପଚରାଉଚରା କରିବାକୁ ଡାକିଥିଲା । ସେପଟେ ପୂର୍ବତନ ମେୟରଙ୍କ ସହଯୋଗୀ କୁହାଯାଉଥିବା ଦୁଇ ଜଣଙ୍କୁ ମଧ୍ୟ ପୁଲିସ ଉଠାଇ ନେଇ ଜେରା କରୁଛି । ଏହି ମାମଲାରେ ଏବେ ୪ଜଣ ରାଜନେତାଙ୍କୁ ପଚରାଉଚରା କରୁଛି ପୁଲିସ । ତେଣୁ ଏହି ଘଟଣାରେ ବର୍ତ୍ତମାନ ରାଜନୈତିକ ଶତ୍ରୁତା କାରଣରୁ ଘଟିଥାଇ ପାରେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । ପୀତବାସଙ୍କ ହତ୍ୟା ବ୍ୟବସାୟକୁ ନେଇ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହା ପଛରେ ରାଜନୈତିକ ଶତ୍ରୁତା ଅଛି ନା ନାହିଁ ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି।

ପୁଲିସ ଏହି ଘଟଣାର ତଦନ୍ତରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଦକ୍ଷିଣାଞ୍ଚଳ ଆଇଜି ପୂର୍ବରୁ କହିଛନ୍ତି । ଦିନେ ଦୁଇଦିନ ମଧ୍ୟରେ ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ହେବ ବୋଲି ଦକ୍ଷିଣାଞ୍ଚଳ ପୁଲିସ ଆଇଜି ନୀତିଶେଖର ମଙ୍ଗଳବାର କହିଛନ୍ତି। ପୀତବାସଙ୍କୁ କିଏ ଓ କାହିଁକି ହତ୍ୟା କରିଥିଲା ସେ ବିଷୟରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଶୀଘ୍ର ସୂଚନା ଦେବେ ବୋଲି ସେ କହିଛନ୍ତି।

ଅନ୍ୟପଟେ ହତ୍ୟାରେ ବ୍ୟବହୃତ ମାରାଣାସ୍ତ୍ରକୁ ପୋଲିସ ପୁରୀ ସମୁଦ୍ର ବେଳାଭୂମି ବାଲି ତଳୁ ଉଦ୍ଧାର କରିଥିବା ସୂଚନା ମିଳିଛି। ଗତ ଅକ୍ଟୋବର ୬ ତାରିଖ ରାତିରେ ବ୍ରହ୍ମପୁରରେ ହତ୍ୟାକାଣ୍ଡ ଘଟିବା ପରେ ଏହି ଅସ୍ତ୍ରକୁ ଅଭିଯୁକ୍ତମାନେ ପୁରୀ ବେଳାଭୂମିରେ ପୋତି ଦେଇଥିଲେ। ପୋଲିସ୍ ଏବେ ସନ୍ଦେହ କରୁଛି ଯେ ଅଭିଯୁକ୍ତମାନେ ଗିରଫରୁ ବର୍ତ୍ତିବା ପାଇଁ ପୁରୀ ସହରରେ ଲୁଚି ରହିଛନ୍ତି।

Tags: