ପୀତବାସ ପଣ୍ଡା ହତ୍ୟା ମାମଲା,ଯବାନଙ୍କ ସହ ୩ ଅଟକ

ଭୁବନେଶ୍ୱର : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ । ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। ଅଟକଙ୍କ ମଧ୍ୟରେ ଜଣେ CRPF ଯବାନ ଅଛନ୍ତି। ହତ୍ୟାକାରୀକୁ ଧରିବା ପାଇଁ ଗଠିତ ଛଅ ଜଣିଆ ପୋଲିସ ଟିମ ପୁରା ଦମରେ ଲାଗିଛନ୍ତି । ପୋଲିସ ଅନେକ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରି କିଛି ସନ୍ଦିଗ୍ଧ ଯୁବକଙ୍କୁ ଥାନାକୁ ଆଣି ଜେରା କରିଛି […]

ପୀତବାସ ପଣ୍ଡା ହତ୍ୟା ମାମଲା,ଯବାନଙ୍କ ସହ ୩ ଅଟକ
Samaya Live Picture
Published On

ଭୁବନେଶ୍ୱର : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ । ହତ୍ୟା ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। ଅଟକଙ୍କ ମଧ୍ୟରେ ଜଣେ CRPF ଯବାନ ଅଛନ୍ତି। ହତ୍ୟାକାରୀକୁ ଧରିବା ପାଇଁ ଗଠିତ ଛଅ ଜଣିଆ ପୋଲିସ ଟିମ ପୁରା ଦମରେ ଲାଗିଛନ୍ତି । ପୋଲିସ ଅନେକ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରି କିଛି ସନ୍ଦିଗ୍ଧ ଯୁବକଙ୍କୁ ଥାନାକୁ ଆଣି ଜେରା କରିଛି । ସୁନୀଲ ନାମକ ଜଣେ କ୍ରିମିନାଲ ପୋଲିସରେ ସ୍କାନରରେ ଅଛି । ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ କିଛି ଏସ୍‌ଆଇ ଆନ୍ଧ୍ର ଯାଇଥିବା ବେଳେ ପୋଲିସକୁ କିଛି ଲିଙ୍କ୍‌ ମିଳିଥିବା କୁହାଯାଉଛି ।

ସେପଟେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣାକୁ ବିତିଛି ୪ ଦିନ । ତଥାପି କିଏ ମୁଖ୍ୟ କାର୍ପଟଦାର ସେନେଇ ପତ୍ତା ମିଳିନି । ବାଲି, କ୍ରସର, ମୋରମ ଓ ଜମି ବ୍ୟବସାୟ ଓ ସେଟଲମେଣ୍ଟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ପୋଲିସର ତଦନ୍ତ ଯେତେ ଆଗଉଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ପୋଲିସ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛି । ବୈଦ୍ୟନାଥପୁର, ଟାଉନ୍‌, ବଡ଼ବଜାର, ନିମଖଣ୍ଡି,ଗୋଳନ୍ଥରା ଥାନାର ବଛା ବଛା ପୋଲିସ ଅଧିକାରୀମାନେ ଏହି ଘଟଣାର ଅପରାଧୀଙ୍କୁ ଧରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ସିସିଟିଭି ଫୁଟେଜ୍‌ ପାଇବା ପରେ ଖୁବ୍‌ ଶୀଘ୍ର ଅପରାଧୀ ନିକଟରେ ପୋଲିସ ପହଞ୍ଚିବ ବୋଲି ଆଶା କରାଯାଉଛି ।

କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟା ବେଳେ ବ୍ରହ୍ମପୁର ବାସଭବନ ପାଖରେ ଛିଡ଼ା ହୋଇଥିବା ବେଳେ ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି ମାରି ହତ୍ୟା କରିଥିଲେ ୨ ଦୁର୍ବୃତ୍ତ।ଦେଶୀ ପିସ୍ତଲରୁ ଗୁଳି କରାଯାଇଥିବା ଜଣାଯାଇଛି । ୬ଟି ଟିମ୍‌ ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି । ବ୍ରହ୍ମପୁର ଏସ୍‌ପି ଓ ବୈଦ୍ୟନାଥପୁର ଥାନା ଆଇଆଇସି ବୈକୁଣ୍ଠନଗର ସ୍ଥିତ ପୀତବାସ ପଣ୍ଡାଙ୍କ ଘରେ ପହଞ୍ଚି ପୁଅ ଓ ସ୍ତ୍ରୀ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଫେରିଛନ୍ତି ।

Tags: