ଟଙ୍କା ପାଇଁ ପିପିଲି ଟୋଲ୍ ପ୍ଲାଜା କର୍ମଚାରୀଙ୍କୁ ଗୁଳିମାଡ଼,୩ ଗିରଫ

ପିପିଲି : ଟଙ୍କା ପାଇଁ ପିପିଲି ଟୋଲ ପ୍ଲାଜରେ ଗୁଳିମାଡ଼ I ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପିପିଲି ଥାନା ପୋଲିସ I ଗୁଳିମାଡ଼ କରି ନିମାପଡା ପଟେ କାର ଛାଡି ଫେରାର ହୋଇ ଯାଉଥିଲେ ଅଭିଯୁକ୍ତ I ଏହି ସମୟରେ ନିମାପଡ଼ା ଅରିଷଣ୍ଢ ନିକଟ ଡଗରା ସାହି ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ୩ ଜଣଙ୍କୁ କାବୁ କରିଛି। ଅନ୍ୟ ଯୁବକମାନେ ପୁଲିସକୁ ଚକମା ଦେଇ ଫେରାର ହେଇଯାଇଛନ୍ତି I ସୂଚନାନୁସାରେ,ଗତ ବିଳମ୍ବିତ ରାତିରେ […]

Samaya Live Picture
Published On

ପିପିଲି : ଟଙ୍କା ପାଇଁ ପିପିଲି ଟୋଲ ପ୍ଲାଜରେ ଗୁଳିମାଡ଼ I ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପିପିଲି ଥାନା ପୋଲିସ I ଗୁଳିମାଡ଼ କରି ନିମାପଡା ପଟେ କାର ଛାଡି ଫେରାର ହୋଇ ଯାଉଥିଲେ ଅଭିଯୁକ୍ତ I ଏହି ସମୟରେ ନିମାପଡ଼ା ଅରିଷଣ୍ଢ ନିକଟ ଡଗରା ସାହି ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ୩ ଜଣଙ୍କୁ କାବୁ କରିଛି। ଅନ୍ୟ ଯୁବକମାନେ ପୁଲିସକୁ ଚକମା ଦେଇ ଫେରାର ହେଇଯାଇଛନ୍ତି I

ସୂଚନାନୁସାରେ,ଗତ ବିଳମ୍ବିତ ରାତିରେ ଏକ କାରରେ ୭ ଜଣ ଯୁବକ ପିପିଲି ଟୋଲ୍ ପ୍ଲାଜା ଦେଇ ପୁରୀ ଯାଉଥିଲେ I ଏହି ସମୟରେ ପିପିଲି ଟୋଲ ପ୍ଲାଜାରେ ଟିକସ ଦେବା ନେବାକୁ ନେଇ ଯୁବକ ଓ ଟୋଲ୍ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କର୍ମଚାରୀଙ୍କ ସହ ବଚସା ପରେ ଅଭିଯୁକ୍ତ ଯୁବକମାନେ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ୨ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଏହି ଆକ୍ରମଣରେ ଟୋଲ ପ୍ଲାଜା କର୍ମଚାରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି I ଘଟଣାସ୍ଥଳରେ ପିପିଲି ପୋଲିସ ପହଂଚି ତଦନ୍ତ ଜାରି ରଖିଛି I

Tags: