ଫୁଲବାଣୀ,୨ ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଗୁରୁବାର ଦିନ କେକେବିନ ସଂଗଠନର ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି I ଏମାନେ ହେଲେ ରଞ୍ଜିତ ନାୟିତମ, ଉଙ୍ଗା ପୋୟମ। ଏନେଇ କନ୍ଧମାଳ ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି। ଉଭୟ ମାଓବାଦୀ ଆଞ୍ଚଳିକ କମିଟିର ସଭ୍ୟ। ସେମାନେ କେକେବିନ ଡିଭିଜନରେ କାର୍ଯ୍ୟ କରି ଆସୁଥିଲେ। ଉଭୟ ମାଓବାଦୀ ଛତିଶଗଡ଼ ଅଞ୍ଚଳର। ସେମାନେ ୨୦୧୭ ମସିହାରୁ […]

Samaya Live Picture
Published On

ଫୁଲବାଣୀ: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଛନ୍ତି। ଗୁରୁବାର ଦିନ କେକେବିନ ସଂଗଠନର ଦୁଇ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି I ଏମାନେ ହେଲେ ରଞ୍ଜିତ ନାୟିତମ, ଉଙ୍ଗା ପୋୟମ। ଏନେଇ କନ୍ଧମାଳ ଜିଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି।

ଉଭୟ ମାଓବାଦୀ ଆଞ୍ଚଳିକ କମିଟିର ସଭ୍ୟ। ସେମାନେ କେକେବିନ ଡିଭିଜନରେ କାର୍ଯ୍ୟ କରି ଆସୁଥିଲେ। ଉଭୟ ମାଓବାଦୀ ଛତିଶଗଡ଼ ଅଞ୍ଚଳର। ସେମାନେ ୨୦୧୭ ମସିହାରୁ ସିପିଆଇ(ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ ଏବଂ ଉତ୍ତର ଦକ୍ଷିଣ କରିଡର ଝାଡ଼ଖଣ୍ଡ, ଛତିଶଗଡ଼ ଅଞ୍ଚଳକୁ ଦକ୍ଷିଣ କେନ୍ଦ୍ର ଓଡ଼ିଶା ଦେଇ ସଂଯୋଗ କାର୍ଯ୍ୟରେ ନିୟୋଜିତ ଥିଲେ। ସେମାନେ ଆତ୍ମସମର୍ପଣ କରିବାକୁ ବୌଦ୍ଧ ଏସ୍‌ପିଙ୍କୁ ଯୋଗାଯୋଗ କରିଥିଲେ। ସରକାରଙ୍କ ଥଇଥାନ ନୀତି ଅନୁସାରେ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଡିଜିପି ପ୍ରକାଶ କରିଛନ୍ତି। ଏହି ଅବସରରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନକ୍ସଲ ସମସ୍ୟା ଉପରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଡିଜି। ବିଏସଏଫ, ସିଆରପିଏଫ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ଏ ଦିଗରେ ଯଥେଷ୍ଟ ସଫଳତା ମିଳିଥିବା ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ I

Tags: