ଭିଜିଲାନ୍ସ ଜାଲରେ ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରାଯାଇଛି I ବିଶ୍ବବନ୍ଧୁଙ୍କ ପୈତୃକ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଭୁବନେଶ୍ୱରରେ ଥିବା ଅଫିସ ସହିତ VSS ନଗରରେ ୨ଟି ଓ ରୁଦ୍ରପୁରରେ ଥିବା ଘର, ଭଦ୍ରକ ମଠସାହି ଓ ପୈତୃକ ଗାଁ ତୋରଣ ପଡ଼ାରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ଉ […]

Samaya Live Picture
Published On

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରାଯାଇଛି I ବିଶ୍ବବନ୍ଧୁଙ୍କ ପୈତୃକ ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଭୁବନେଶ୍ୱରରେ ଥିବା ଅଫିସ ସହିତ VSS ନଗରରେ ୨ଟି ଓ ରୁଦ୍ରପୁରରେ ଥିବା ଘର, ଭଦ୍ରକ ମଠସାହି ଓ ପୈତୃକ ଗାଁ ତୋରଣ ପଡ଼ାରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି କରାଯାଇଛି ।

ଚଢାଉରେ ୭ ଜଣ DSP,୫ଜଣ ଇନ୍ସପେକ୍ଟର ଓ ୮ ଏଏସଆଇ ସାମିଲ ହୋଇଛନ୍ତି । ଭୁବନେଶ୍ୱର ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଓ କିଛି ନଗଦ ଟଙ୍କା ଜବତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ବିଶ୍ବବନ୍ଧୁଙ୍କ ଘରୁ ଜବତ ହୋଇଥିବା ସର୍ବମୋଟ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ I

Tags: