ଆତଙ୍କବାଦୀ ଲିଙ୍କ୍ ପ୍ରମାଣ ମିଳିବାପରେ ପିଏଫଆଇ ଉପରେ ୫ ବର୍ଷ ପାଇଁ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ : ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଉପରେ ଲାଗିଲା ପ୍ରତିବନ୍ଧକ I ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ ଏବଂ ଏହା ସହ ଲିଙ୍କ ହେବାର ପ୍ରମାଣ ପାଇବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏ ବାବଦରେ ଗୃହ ମନ୍ତ୍ରଣାଳୟ ମଙ୍ଗଳବାର […]
ନୂଆଦିଲ୍ଲୀ : ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ଉପରେ ଲାଗିଲା ପ୍ରତିବନ୍ଧକ I ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ ଏବଂ ଏହା ସହ ଲିଙ୍କ ହେବାର ପ୍ରମାଣ ପାଇବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପିଏଫଆଇର ସଦସ୍ୟଙ୍କ ଏକାଧିକ ସ୍ଥାନରେ ରେଡ କରିଥିଲା। ଏହି ସମୟରେ ଶତାଧିକ ସଦସ୍ୟ ଗିରଫ ହୋଇଥିଲେ। ଏ ବାବଦରେ ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି ୫ ବର୍ଷ ପାଇଁ PFI ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ସହିତ ଏହାର ୯ ସହଯୋଗୀ ଓ ଅନୁବନ୍ଧିତ ସଂସ୍ଥା ଉପରେ ମଧ୍ୟ ବ୍ୟାନ ଲାଗୁ କରାଯାଇଛି । ପୂର୍ବରୁ PFI ଉପରେ ବ୍ୟାନ୍ ଲଗାଇବା ପାଇଁ ଅନେକ ରାଜ୍ୟ ଦାବି କରି ଆସୁଥିଲେ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ନିର୍ଦ୍ଦେଶନାମାରେ ପିଏଫଆଇ ଓ ଏହା ସହ ଜଡ଼ିତ ଥିବା ରେହାବ ଇଣ୍ଡିଆ ଫାଉଣ୍ଡେସନ (ଆରଆଇଏଫ), କ୍ୟାମ୍ପସ ଫ୍ରଣ୍ଟ ଅଫ ଇଣ୍ଡିଆ (ସିଏଫଆଇ), ଅଲଇଣ୍ଡିଆ ଇମାମ୍ସ କାଉସିଲ(ଏଆଇଆଇସି), ନ୍ୟାଶନାଲ କନଫେଡେରେସନ ଅଫ୍ ହ୍ୟୁମାନ ରାଇଟ୍ସ ଅର୍ଗାନାଇଜେସନ (ଏନସିଏଚ୍ଆରଓ), ନ୍ୟାଶନାଲ ୱମେନ୍ସ ଫ୍ରଣ୍ଟ, ଜୁନିୟର ଫ୍ରଣ୍ଟ, ଏନପାୱାର ଇଣ୍ଡିଆ ଫାଉଡେସନ ଓ କେରଳ ରେହାବ ଫାଉଣ୍ଡସେନକୁ ବେଆଇନ ସଂଗଠନ ଭାବେ ଅବିହିତ କରାଯାଉଛି। ଏହାର ଅର୍ଥ ଏବେ ଏହି ସଂସ୍ଥାଗୁଡ଼ିକ ଦେଶରେ କୌଣସି ପ୍ରକାରର କାର୍ଯ୍ୟକଳାପ କରିପାରିବେ ନାହିଁ।
ପିଏଫଆଇର ଲିଙ୍କ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ରହିଛି। ଏପରି କି ପିଏଫଆଇର ଏକାଧିକ ସଦସ୍ୟ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ୍ରେ ମଧ୍ୟ ସାମିଲ ହୋଇଛନ୍ତି। ଏମାନେ ସିରିୟା, ଇରାକ ଓ ଆଫଗାନିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଛନ୍ତି। ଆଇଏସ ସହ ଲିଙ୍କ ଥିବା କିଛି ପିଏଫଆଇ କ୍ୟାଡର ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଅନେକଙ୍କୁ ରାଜ୍ୟ ପୁଲିସ ଓ କେନ୍ଦ୍ରୀୟ ଏଜେନ୍ସି ଗିରଫ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।
ସେପ୍ଟେମ୍ବର ୨୨ ଏବଂ ୨୭ରେ ଏନଆଇଏ, ଇଡି ଏବଂ ବିଭିନ୍ନ ରାଜ୍ୟର ପୁଲିସ ପିଏଫଆଇ ଉପରେ ଚଢାଉ କରିଥିଲା । ପ୍ରଥମ ରାଉଣ୍ଡର ଚଢାଉରେ ୧୦୬ପିଏଫଆଇ ସହ ଯୋଡ଼ି ହୋଇଥିବା ବ୍ୟକ୍ତି ଗିରଫ ହୋଇଥିଲେ । ଦ୍ବିତୀୟ ରାଉଣ୍ଡର ଚଢାଉରେ ୨୪୭ ପିଏଫଆଇ ସହ ଯୋଡ଼ି ହୋଇଥିବା ଲୋକଙ୍କୁ ଗିରଫ କରାଯାଇଥିଲା । ଯାଞ୍ଚ ଏଜେନ୍ସିକୁ ପିଏଫଆଇ ବିପକ୍ଷରେ ବିପୁଳ ପରିମାଣରେ ପ୍ରମାଣ ମିଳିଛି । ଏହାପରେ ଯାଞ୍ଚ ଏଜେନ୍ସି ଗୃହ ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନର ଦାବି କରିଥିଲେ । ଯାଞ୍ଚ ଏଜେନ୍ସିର ସୁପାରିଶ ପରେ ଗୃହମନ୍ତ୍ରାଳୟ ପକ୍ଷରୁ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନିଆଯାଇଛି ।
ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ବିଶ୍ୱ ହିନ୍ଦୁ ପରିଷଦ ନିଜର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି । ଭିଏଚପିର ଡକ୍ଟର ସୁରେନ୍ଦ୍ର ଜେନା କହିଛନ୍ତି ଯେ ‘ବିଶ୍ୱ ହିନ୍ଦୁ ପରିଷଦ PFI ପରି ଜାତୀୟ ବିରୋଧୀ ଶକ୍ତି ହଟାଇବା ପାଇଁ ନିଆଯାଇଥିବା ପଦକ୍ଷେପକୁ ସ୍ୱାଗତ କରୁଛି ଏବଂ ଆଶା କରୁଛି ଯେ ସେମାନଙ୍କ ସହଯୋଗୀମାନେ ମଧ୍ୟ ଏହି ଘଟଣାରୁ ଶିକ୍ଷା ଗ୍ରହଣ କରିବେ ।
ସେହିଭଳି ଆସାମ ମୁଖ୍ୟମନ୍ତ୍ରୀ ହିମାନତ ବିଶ୍ୱ ଶର୍ମା ଟ୍ୱିଟ୍ କରି ଲେଖିଛନ୍ତି- ‘ମୁଁ ଭାରତ ସରକାରଙ୍କ ଦ୍ୱାରା ଦେଶବିଭାଜନ କାରି ସଂସ୍ଥା (ପିପୁଲ ଫ୍ରଣ୍ଟ ଅଫ୍ ଇଣ୍ଡିଆ)କୁ ବ୍ୟାନ କରାଯାଇଥିବା ପଦକ୍ଷେପ କୁ ସ୍ୱାଗତ କରୁଛି I ଏହି ପ୍ରସଙ୍ଗରେ କର୍ଣ୍ଣାଟକ ସିଏମ ବାସଭାରାଜ ବମ୍ମାଇ ଟୁଇଟ୍ କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି I




