ନବ ଦାସଙ୍କ ହତ୍ୟା ପଛରେ ବ୍ୟକ୍ତିଗତ କାରଣ

ଝାରସୁଗୁଡା :ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛି ବ୍ୟକ୍ତିଗତ କାରଣ । ୫୪୪ ପୃଷ୍ଠା ଦୀର୍ଘ ଚାର୍ଜସିଟ୍‌ରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ କରିବାକୁ ଯାଇ ଏମିତି ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ। ତେବେ ଗୋପାଳ ମାନସିକ ଅସୁସ୍ଥ ଥିବା ନେଇ ଯାହା ଚର୍ଚ୍ଚା ଚାଲିଥିଲା,ତାହା ଠିକ୍ ନୁହେଁ। ବରଂ ସେ ସୁସ୍ଥ ମସ୍ତିଷ୍କରେ ରହି ମନ୍ତ୍ରୀଙ୍କୁ ହତ୍ୟା ନିଷ୍ପତ୍ତି ନେଇଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ମନ୍ତ୍ରୀଙ୍କୁ ଗୋପାଳ ୪ଟି ଘଟଣାରେ ବିରୋଧ […]

Samaya Live Picture
Published On

ଝାରସୁଗୁଡା :ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛି ବ୍ୟକ୍ତିଗତ କାରଣ । ୫୪୪ ପୃଷ୍ଠା ଦୀର୍ଘ ଚାର୍ଜସିଟ୍‌ରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ କରିବାକୁ ଯାଇ ଏମିତି ଉଲ୍ଲେଖ କରିଛି କ୍ରାଇମବ୍ରାଞ୍ଚ। ତେବେ ଗୋପାଳ ମାନସିକ ଅସୁସ୍ଥ ଥିବା ନେଇ ଯାହା ଚର୍ଚ୍ଚା ଚାଲିଥିଲା,ତାହା ଠିକ୍ ନୁହେଁ। ବରଂ ସେ ସୁସ୍ଥ ମସ୍ତିଷ୍କରେ ରହି ମନ୍ତ୍ରୀଙ୍କୁ ହତ୍ୟା ନିଷ୍ପତ୍ତି ନେଇଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି।

ମନ୍ତ୍ରୀଙ୍କୁ ଗୋପାଳ ୪ଟି ଘଟଣାରେ ବିରୋଧ କରିଥିଲା। ମନ୍ତ୍ରୀଙ୍କ ସମର୍ଥକଙ୍କ ବିରୋଧରେ ବି ସେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ପରେ ନବ ଦାସ ଓ ତାଙ୍କ ସମର୍ଥକଙ୍କ ଆଡୁ ଜୀବନ ପ୍ରତି ବିପଦ ଥିବା ଅନୁଭବ କରିବାକୁ ଗୋପାଳ ମନ୍ତ୍ରୀଙ୍କୁ ଗୁଳିମାରି ହତ୍ୟା କଲା। କିନ୍ତୁ ଗୋପାଳର ଆକ୍ରୋଶର ସେହି ୪ଟି ମୁଖ୍ୟ କାରଣ କଣ ସେ ବିଷୟରେ ଚାର୍ଜସିଟ ରେ ଉଲ୍ଲେଖ କରି ନାହିଁ କ୍ରାଇମବ୍ରାଞ୍ଚ I ଶୁକ୍ରବାର ଦିନ କ୍ରାଇମ୍‌ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ରମେଶ ଦୋରାଙ୍କ ନେତୃତ୍ବରେ ୩ ଜଣିଆ ଟିମ୍‌ ଝାରସୁଗୁଡ଼ାରେ ପହଞ୍ଚି ପ୍ରଥମେ ଜେଏମ୍‌ଏଫ୍‌ସିଙ୍କ ଅଦାଲତକୁ ଯାଇଥିଲେ। ମାତ୍ର ଜେଏମ୍‌ଏଫ୍‌ସିଙ୍କ ଅନୁପସ୍ଥିତି କାରଣରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ବନ୍ଦ ଲଫାପାରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

ସେହିପରି ଗୋପାଳ ଜୀବନ ପ୍ରତି ମନ୍ତ୍ରୀଙ୍କ ଆଡ଼ୁ ବିପଦ ଥିବା ଏହି ସମର୍ଥକ ବା ସହଯୋଗୀମାନେ କିଏ? ଗୋପାଳଙ୍କ ବୟାନ ଆଧାରରେ କ୍ରାଇମବ୍ରାଞ୍ଚ ଏମାନଙ୍କୁ ଚିହ୍ନଟ କରିଥିବା କହିଛି। ଅଥଚ ସେମାନଙ୍କ ନାମ କାହିଁକି ନେଇନାହିଁ?

ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ କ୍ରାଇମବ୍ରାଞ୍ଚ ପାଖରେ ବାଧା କେଉଁଠି? ସର୍ବୋପରି ଏମାନେ ଏଭଳି କେଉଁ ବେଆଇନ୍ କାର୍ଯ୍ୟରେ ଲିପ୍ତ ଥିଲେ ଯେ ଯାହାକୁ ଗୋପାଳ ଧରିଥିଲେ? ଏସବୁ ସଂପର୍କରେ କ୍ରାଇମବ୍ରାଞ୍ଚ ତାଙ୍କ ଚାର୍ଜସିଟ୍‌ରେ କୌଣସି ତଥ୍ୟ ଉଲ୍ଲେଖ କରିନାହାନ୍ତି। ଅନ୍ୟପକ୍ଷରେ ଦୀର୍ଘ ୧୧୮ ଦିନ ତଦନ୍ତ କରିବା ପରେ ବି କ୍ରାଇମବ୍ରାଞ୍ଚ ଜଣାଇଛି ଯେ ଏହି ଚାର୍ଜସିଟ୍ ଚୂଡ଼ାନ୍ତ ନୁହେଁ। ଏବେ ବି କିଛି ରିପୋର୍ଟ ଓ ସ୍ପଷ୍ଟୀକରଣ ଆସିବା ବାକି ରହିଥିବାରୁ ମାମଲାର ତଦନ୍ତ ଜାରି ରହିଛି। ଅର୍ଥାତ୍ ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଉପରୁ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ପୂରା ପରଦା ହଟାଇ ପାରିନାହାନ୍ତି।

Tags: