ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫଙ୍କ ପ୍ରତିକ୍ରିୟା
କଳାହାଣ୍ଡି : ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ ଦେବିଦତ୍ତ ବିଶ୍ୱାଳ । ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି। ଯଦି କୌଣସି ଅଫିସରଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳେ,ଆମେ ନିଶ୍ଚିତ ତଦନ୍ତ କରିବୁ । ଯଦି ଚାରା ଦୁର୍ନୀତି ହୋଇଥିବ, ଆମ ପାଖରେ ଡକ୍ୟୁମେଣ୍ଟ ପ୍ରମାଣ ମଧ୍ୟ ଥିବ । ବନବିଭାଗ ପାଖରେ ସବିଶେଷ ଆକାଉଣ୍ଟ ସିଷ୍ଟମ ରହିଛି, […]
କଳାହାଣ୍ଡି : ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ ଦେବିଦତ୍ତ ବିଶ୍ୱାଳ । ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି। ଯଦି କୌଣସି ଅଫିସରଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳେ,ଆମେ ନିଶ୍ଚିତ ତଦନ୍ତ କରିବୁ । ଯଦି ଚାରା ଦୁର୍ନୀତି ହୋଇଥିବ, ଆମ ପାଖରେ ଡକ୍ୟୁମେଣ୍ଟ ପ୍ରମାଣ ମଧ୍ୟ ଥିବ । ବନବିଭାଗ ପାଖରେ ସବିଶେଷ ଆକାଉଣ୍ଟ ସିଷ୍ଟମ ରହିଛି, ତେଣୁ ଘଟଣାର ପ୍ରକୃତ ସତ୍ୟାସତ୍ୟ ନିଶ୍ଚୟ ଜଣାପଡ଼ିବ ବୋଲି ସେ କହିଛନ୍ତି । ଫରେଷ୍ଟରଙ୍କ ଆତ୍ମହତ୍ୟା ପଛରେ ଯିଏ ସମ୍ପୃକ୍ତ ଥିବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସିଏଫ୍ ପ୍ରତିକ୍ରିୟା ଦେଇଛନ୍ତି ।
ସୂଚନାନୁସାରେ,ଫରେଷ୍ଟର ସଞ୍ଜୟ ନାୟକ (୩୬)ଙ୍କ ଘର ରାୟଗଡା ଜିଲ୍ଲାରେ । ସେ ଗତ ୪ ବର୍ଷ ଧରି ଜୁନାଗଡ଼ ବ୍ଲକ ଜାରିଙ୍ଗସ୍ଥିତ ହାଇଟେକ ସିଲଭିକଲଚର ନର୍ସରୀରେ କାର୍ଯ୍ୟରତ ଥିଲେ । ଗତ ବୁଧୁବାର ସକାଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସରକାରୀ କ୍ୱାଟର୍ସରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡାଲ ନୋଟ ସଂଞ୍ଜୟ ଛାଡି ଯାଇଥିଲେ । ଏହାକୁ ତାଙ୍କ ଭାଇ ରବି ନାରାୟଣ ପଢିଥିଲେ । ଯେଉଁଥିରେ ତାଙ୍କୁ ଡ଼ିଏଫଓ ଦେବେନ୍ଦ୍ର ବେହେରା ପିସି ପାଇଁ ବାରମ୍ବାର ଚାପ ପକାଉଥିବା କଥା ଉଲ୍ଲେଖ କରିଥିଲେ । ଗତ ବର୍ଷ ୭ ଲକ୍ଷ ପିସି ମାଗିଥିଲେ । ଚଳିତ ବର୍ଷ ସଂଜୟ ତାଙ୍କୁ ଅଢେଇ ଲକ୍ଷ ଦେଇଥିବା ବେଳେ ତାଙ୍କ ଘର ପାଇଁ ଏୟାର କଣ୍ଡିସନ୍ କିଣିବାକୁ କହିଥିଲେ । ବୋରୱେଲ୍ ଖନନ କରାଇଥିଲେ । ଏକ ମନ୍ଦିର ପାଇଁ ୪୦ ହଜାର ଡୋନେସନ୍ କରାଇଥିଲେ । ଏହା ସହ ଡ଼ିଏଫଓ ବାରମ୍ବାର ଚାକିରିରୁ କାଢି ଦେବାକୁ ଧମକ ଦେଉଥିଲେ ବୋଲି ଜବତ ସୁଇସାଇଡାଲ୍ ନୋଟ୍ରେ ଉଲ୍ଲେଖ ଥିବା ଭାଇ ରବି ନାରାୟଣ ଏବଂ ସଞ୍ଜୟଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି ଅଭିଯୋଗ କରିଥିଲେ । ଏ ନେଇ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି ଭବାନୀପାଟଣା ଥାନାରେ ଡିଏଫଓଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପିସିସିଏଫ ଦେବିଦତ୍ତ ବିଶ୍ୱାଳ କହିଛନ୍ତି ଯଦି ଡିଏଫଓ ଦେବେନ୍ଦ୍ର ବେହେରାଙ୍କ ସମ୍ପୃକ୍ତ ଥିବା ପ୍ରମାଣ ମିଳେ, ତେବେ ନିଶ୍ଚିତ ତଦନ୍ତ କରାଯିବ ।




