ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣା,ଡିସେମ୍ବର ୨ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦେଶ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ କାଠିଆପଡ଼ା ଗ୍ରାମରେ +୩ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଡିସେମ୍ବର ୨ ସୁଦ୍ଧା ଘଟଣାର ସବିଶେଷ ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶରେ ଉଲ୍ଲେଖ କରାଯାଇଛି, ଛାତ୍ରୀ ଜଣକ ଯେଉଁ ଯୁବକଙ୍କ ବିରୋଧରେ ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିଲେ ତାଙ୍କ ବାପା ଗଣେଶ୍ୱର ବେହେରାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ଫଳରେ ଗଣେଶ୍ୱର ବେହେରା ଏନେଇ ରାଜ୍ୟ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ କାଠିଆପଡ଼ା ଗ୍ରାମରେ +୩ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ଡିସେମ୍ବର ୨ ସୁଦ୍ଧା ଘଟଣାର ସବିଶେଷ ରିପୋର୍ଟ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶରେ ଉଲ୍ଲେଖ କରାଯାଇଛି, ଛାତ୍ରୀ ଜଣକ ଯେଉଁ ଯୁବକଙ୍କ ବିରୋଧରେ ଥାନାରେ ନିର୍ଯାତନା ଅଭିଯୋଗ ଆଣିଥିଲେ ତାଙ୍କ ବାପା ଗଣେଶ୍ୱର ବେହେରାଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା। ଫଳରେ ଗଣେଶ୍ୱର ବେହେରା ଏନେଇ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ଗଣେଶ୍ୱରଙ୍କ ଆବେଦନର ଶୁଣାଣି କରି ଆୟୋଗ ଏସପି୍ଙ୍କୁ ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୭ ତାରିଖରେ କାଠିଆପଡ଼ା ଗ୍ରାମର +୩ ପଢ଼ୁଥିବା ଜଣେ ୨୧ ବର୍ଷୀୟ ଯୁବତୀ ଜଳିଯାଇ ପ୍ରାଣ ହରାଇଥିଲେ। ତେବେ ହାତ ଗୋଡ଼ ବନ୍ଧା ହୋଇ ବସିଥିବା ଅବସ୍ଥାରେ ଯୁବତୀ ଜଣକ ଜଳିଯାଇଥିବା ଦେଖାଯାଇଥିଲା । ପୂର୍ବରୁ ଯୁବତୀଙ୍କ ସମ୍ପର୍କ ବିଲିକଣା ପଞ୍ଚାୟତ ତେରୋଇ ଗ୍ରାମର ପ୍ରମୋଦ ବେହେରାଙ୍କ ସହିତ ଥିଲା। ଯୁବତୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ପ୍ରମୋଦ ଓ ତାଙ୍କ ବାପା ଗଣେଶ୍ୱରଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ପୁଲିସ ପ୍ରମୋଦଙ୍କୁ ଗିରଫ କରି ଜେଲ ପଠାଇଥିଲା। ହେଲେ ପ୍ରମୋଦଙ୍କ ବାପା ଗଣେଶ୍ବରଙ୍କର ଏଥିରେ କ’ଣ ଭୁଲ ରହିଛି ବୋଲି ସେ ମାନବାଧିକାର ଆୟୋଗରେ ଆବେଦନ କରିଥିଲେ।
ଅନ୍ୟପଟେ,ଯୁବତୀଙ୍କ ବାପା-ମା’ ଥାନାରେ ତାଙ୍କ ପୁଅ ନିର୍ଦୋଷ ବୋଲି କହିଥିଲେ । ଉଭୟଙ୍କ ବିବାହ ପାଇଁ ପୁଅ ଘର ଲୋକ ରାଜି ଥିବାବେଳେ ଝିଅ ଘର ଲୋକ ଏହାକୁ ବିରୋଧ କରୁଥିଲେ ବୋଲି ଥାନାରେ କହିଥିଲେ । ତେଣୁ ଝିଅ ର ବାପା -ମା’ ଝିଅକୁ ମାରି ଦେଇ ମାନସିକ ନିର୍ଯ୍ୟାତନା ଯୋଗୁଁ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା କହୁଛନ୍ତି ବୋଲି ଥାନାରେ ଉଲ୍ଲେଖ କରିଥିଲେ । ଘଟଣାଦିନ ତାଙ୍କ ପୁଅ ଓଡ଼ିଶାରେ ନ ଥିଲେ। ତଥାପି ତାଙ୍କ ପୁଅକୁ ଗିରଫ କରାଯାଇ ଜେଲ ପଠାଯାଇଛି। ହେଲେ ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସେ ଆବେଦନରେ ଦର୍ଶାଇଥିଲେ। ଏହି ଆବେଦନର ବିଚାର କରି ମାନବାଧିକାର ଆୟୋଗ ଆସନ୍ତା ଡିସେମ୍ବର ୨ ତାରିଖ ସୁଦ୍ଧା ସବିଶେଷ ତଥ୍ୟ ଦାଖଲ କରିବାକୁ ଏସ୍ପିଙ୍କୁ ନିର୍ଦେଶ ଦେଇଛନ୍ତି।




