ପଞ୍ଜାବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ବହିସ୍କାର କଲେ ଶ୍ରୀ ମାନ୍‌

ମନ୍ତ୍ରୀଙ୍କୁ ମହଙ୍ଗା ପଡିଲା ଲାଞ୍ଚ ନେବା । ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ କ୍ୟାବିନେଟରୁ ବହିସ୍କୃତ କଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍‌ । ସ୍ୱାସ୍ଥ୍ୟ ବିଭାଗର ବିଭନ୍ନ ଚୁକ୍ତି ପାଇଁ ୧ ପ୍ରତିଶତ କମିଶନ ମାଗୁଥିବା ନେଇ ଠୋସ୍‌ ପ୍ରମାଣ ପାଇବା ପରେ ସାଙ୍ଗଲାଙ୍କୁ କ୍ୟାବିନେଟରୁ ବହିସ୍କାର କଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ । ଏନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍‌ ନିଜେ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି । […]

Samaya Live Picture
Published On

ମନ୍ତ୍ରୀଙ୍କୁ ମହଙ୍ଗା ପଡିଲା ଲାଞ୍ଚ ନେବା । ପଞ୍ଜାବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଜୟ ସାଙ୍ଗଲାଙ୍କୁ କ୍ୟାବିନେଟରୁ ବହିସ୍କୃତ କଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍‌ । ସ୍ୱାସ୍ଥ୍ୟ ବିଭାଗର ବିଭନ୍ନ ଚୁକ୍ତି ପାଇଁ ୧ ପ୍ରତିଶତ କମିଶନ ମାଗୁଥିବା ନେଇ ଠୋସ୍‌ ପ୍ରମାଣ ପାଇବା ପରେ ସାଙ୍ଗଲାଙ୍କୁ କ୍ୟାବିନେଟରୁ ବହିସ୍କାର କଲେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ । ଏନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ୍‌ ନିଜେ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି । ପଞ୍ଜାବରେ ଆପ ସରକାର ଆସିବା ପୂର୍ବରୁ ଦୁର୍ନୀତି ହଟାଇବାକୁ ଆପ୍‌ ମୁଖ୍ୟ ମୁଦ୍ଦା କରି ସରକାରକୁ ଆସିଥିଲା । ତେବେ କେଜ୍ରିୱାଲଙ୍କ କଡ଼ା ଆଭିମୁଖ୍ୟ ପଞ୍ଜାବକୁ ଦୁର୍ନୀତି ମୁକ୍ତ କରିବା ସ୍ଲୋଗାନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ସହ ଯଦି ଆଗକୁ କେହି ଲାଞ୍ଚ ମାଗେ ତେବେ ସରକାରଙ୍କୁ ଏ ବିଷୟରେ ଖବର ଦିଅ;ୁ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପଞ୍ଜାବାସୀଙ୍କୁ କହିଛନ୍ତି । ସେ ଯେତେବଡ ମନ୍ତ୍ରୀ ହୁଅନ୍ତୁ ନାଁ କାହିଁକି ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ବଚନ ଦେଇଛନ୍ତି ମାନ୍‌ ।