ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ,ଏଲ ଓ ସିରେ ପୁଣି ଗୁଳି ବର୍ଷା
ନୂଆଦିଲ୍ଲୀ : ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା । ଶୁକ୍ରବାର ସାରାରାତି ଏଲଓସିରେ ଗୁଳିବର୍ଷା ହୋଇଛି । ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ ହୋଇଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ମାତ୍ର ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ପୂର୍ବରୁ ଗୁରୁବାର ରାତିରେ ମଧ୍ୟ ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଅସ୍ତ୍ରବିରତି ଉଲ୍ଲଘଂନ କରି ପାକ୍ ସେନା ଗୁଳିମାଡ଼ କରିଥିଲା । ପହଲଗାମ […]
ନୂଆଦିଲ୍ଲୀ : ଅସ୍ତ୍ରବିରତି ଉଲ୍ଲଘଂନ କରିଛି ପାକ୍ ସେନା । ଶୁକ୍ରବାର ସାରାରାତି ଏଲଓସିରେ ଗୁଳିବର୍ଷା ହୋଇଛି । ପାକିସ୍ତାନ ପକ୍ଷରୁ ଏକାଧିକ ସେକ୍ଟରରେ ଗୁଳିମାଡ ହୋଇଛି । ଯାହାର ମୁହଁତୋଡ଼ ଜବାବ ଦେଇଛି ଭାରତୀୟ ସେନା । ମାତ୍ର ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ପୂର୍ବରୁ ଗୁରୁବାର ରାତିରେ ମଧ୍ୟ ଜମ୍ମୁ କାଶ୍ମୀର ନିୟନ୍ତ୍ରଣ ରେଖା (ଏଲଓସି)ରେ ଅସ୍ତ୍ରବିରତି ଉଲ୍ଲଘଂନ କରି ପାକ୍ ସେନା ଗୁଳିମାଡ଼ କରିଥିଲା ।
ପହଲଗାମ ଆତଙ୍କୀ ହମଲା ପରେ ପାକିସ୍ତାନକୁ ଭାରତର ଭୟ ରହିଛି । ଏଲଓସିରେ ବରମ୍ବାର ଗୁଳିମାଡ଼ କରିବା ତା ମନର ଡରକୁ ସୂଚାଉଛି । ୨୦୨୧ ଫେବୃଆରୀରୁ ଏଲଓସିରେ ଯୁଦ୍ଧ ବିରାମ ବୁଝାମଣା ଲାଗୁ ହୋଇଛି । ପାକିସ୍ତାନ ଭାରତୀୟ ସେନା ଭୟରେ ତାର ସୁରକ୍ଷା ଏଜନ୍ସିଂକୁ ସତର୍କ କରାଇଛି । ତେଣୁ ଏଲଓସିରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଛି ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଏବଂ ନିରୀହ ଲୋକଙ୍କ ହତ୍ୟା ପରେ, ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ସରକାର ସିନ୍ଧୁ ନଦୀ ଜଳ ଚୁକ୍ତିନାମା ସମାପ୍ତ କରିଦେଇଛି ଏବଂ ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏବଂ ଜଳଶକ୍ତି ମନ୍ତ୍ରୀ ସି.ଆର. ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ପାଟିଲଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି, ପାକିସ୍ତାନକୁ ଗୋଟିଏ ବି ବୁନ୍ଦା ପାଣି ପଠାଯିବ ନାହିଁ ଏବଂ ଏଥିପାଇଁ ତୁରନ୍ତ କାମ ଆରମ୍ଭ କରାଯିବ।




