ପହଲଗାମ ଆକ୍ରମଣ,୨ ଆତଙ୍କବାଦୀଙ୍କ ଘର ଧ୍ବଂସ

ନୂଆଦିଲ୍ଲୀ : ପହଲଗାମ ବୈସାରନ ଉପତ୍ୟକା ନାରକୀୟ କାଣ୍ଡରେ ସମ୍ପୃକ୍ତ ଥିବା ୨ ଆତଙ୍କବାଦୀ ଚିହ୍ନଟ । ଏହି ଦୁଇ ଆତଙ୍କବାଦୀ ହେଲେ ଆଦିଲ ହୁସେନ ଓ ଆସିଫ ସେଖ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ତାଙ୍କ ଘରକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦିଆଯାଇଛି । ଅନନ୍ତନାଗ ଜିଲ୍ଲାର ବିଜବେହରାର ଗୋରୀ ଅଞ୍ଚଳରେ ଥିବା ସ୍ଥାନୀୟ ଆତଙ୍କବାଦୀ ଆଦିଲ ହୁସେନର ଘରେ ବୋମାମାଡ଼ କରି ଉଡାଇ ଦିଆଯାଇଥିବାବେଳେ ଅନ୍ୟଜଣେ ଆତଙ୍କବାଦୀ ଆସିଫ୍ ଶେଖର ଘରକୁ ଜମ୍ମୁ ଓ କାଶ୍ମୀର ପ୍ରଶାସନ […]

ପହଲଗାମ ଆକ୍ରମଣ,୨ ଆତଙ୍କବାଦୀଙ୍କ ଘର ଧ୍ବଂସ
Samaya Live Picture
Published On

ନୂଆଦିଲ୍ଲୀ : ପହଲଗାମ ବୈସାରନ ଉପତ୍ୟକା ନାରକୀୟ କାଣ୍ଡରେ ସମ୍ପୃକ୍ତ ଥିବା ୨ ଆତଙ୍କବାଦୀ ଚିହ୍ନଟ । ଏହି ଦୁଇ ଆତଙ୍କବାଦୀ ହେଲେ ଆଦିଲ ହୁସେନ ଓ ଆସିଫ ସେଖ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ତାଙ୍କ ଘରକୁ ସମ୍ପୂର୍ଣ୍ଣ ଧ୍ବଂସ କରିଦିଆଯାଇଛି । ଅନନ୍ତନାଗ ଜିଲ୍ଲାର ବିଜବେହରାର ଗୋରୀ ଅଞ୍ଚଳରେ ଥିବା ସ୍ଥାନୀୟ ଆତଙ୍କବାଦୀ ଆଦିଲ ହୁସେନର ଘରେ ବୋମାମାଡ଼ କରି ଉଡାଇ ଦିଆଯାଇଥିବାବେଳେ ଅନ୍ୟଜଣେ ଆତଙ୍କବାଦୀ ଆସିଫ୍ ଶେଖର ଘରକୁ ଜମ୍ମୁ ଓ କାଶ୍ମୀର ପ୍ରଶାସନ ପକ୍ଷରୁ ବୁଲଡୋଜର ଚଢ଼ାଇ ଧ୍ବଂସ କରି ଦିଆଯାଇଛି । ସେମାନେ ଏପ୍ରିଲ ୨୨ରେ ପହଲଗାମ ବୈସାରନ ଘାଟିରେ ହୋଇଥିବା ଆକ୍ରମଣ ଯୋଜନା ଏବଂ କାଯ୍ୟକାରୀ କରିବାରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି । ତେବେ ପହଲଗାମ ଆକ୍ରମଣ ପରେ ଆସିଫ ଫେରାର ଅଛି ।

ଗତକାଲି ବିହାର ମଧୂବନୀ ଠାରେ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଚେତାବନୀ ଦେଇଥିଲେ ।

ସୂଚନା ମୁତାବକ, ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀର ପହଲଗାଓଁରେ ୪ଜଣ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କ ଗୋଷ୍ଠୀ ଷ୍ଟିଲ ଟିପ୍ ଗୁଳି, ଏକେ -୪୭ ରାଇଫଲ୍ସ ଏବଂ ବଡି କ୍ୟାମେରା ପିନ୍ଧି ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଗୁଳି କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ୨ ଜଣ ବିଦେଶୀ ନାଗରିକଙ୍କ ସହିତ ୨୬ଜଣ ପର୍ଯ୍ୟଟକ ପ୍ରାଣହରାଇଥିଲେ । ଏମାନଙ୍କ ମଧ୍ୟରୁ ୨ ଜଣ ଓଡ଼ିଆ ମଧ୍ୟ ଥିଲେ ଜଣେ ବାଲେଶ୍ୱରରୁ ପ୍ରଶାନ୍ତ ଶତପଥୀ ହୋଇଥିବାବେଳେ ଅନ୍ୟ ଜଣେ ବଲାଙ୍ଗୀରର ଦୀନେଶ ଅଗ୍ରୱାଲ ରହିଥିଲେ ।

Tags: