ପଦ୍ମପୁର ଉପନିର୍ବାଚନ : ଆହତ ଅବସ୍ଥାରେ ଉଦ୍ଧାର ହେଲେ ବିଜେପି ନେତା

ପଦ୍ମପୁର : ସରଗରମ ହେଉଛି ପଦ୍ମପୁର ଉପନିର୍ବାଚନ । ମତଦାନ ତାରିଖ ପାଖେଇବା ସହ ରାଜନୀତି ତାତି ବଢ଼ିବାରେ ଲାଗିଛି । ଆଇଟି- ଜିଏସଟି ରେଡ ପରେ ଗତକାଲି ସନ୍ଧ୍ୟାରେ ପଦ୍ମପୁରରେ ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ କରାଯାଇଥିଲା ଅପହରଣ । ଏହା ପରେ ତାଙ୍କୁ ରାତି ୧୧ ଟାରେ ଉଦ୍ଧାର କରାଯାଇ ପଦ୍ମପୁର ମେଡିକାଲରେ ଚିକିତ୍ସା କରାଯାଉଛି । ତାଙ୍କ ହାତ ଗୋଡ଼ରେ ଆଘାତର ଚିନ୍ହ ଥିବାର ଦେଖିବାକୁ ମିଳିଥିଲା I ଘଟନାନୁସାରେ, ଗତକାଲି […]

Samaya Live Picture
Published On

ପଦ୍ମପୁର : ସରଗରମ ହେଉଛି ପଦ୍ମପୁର ଉପନିର୍ବାଚନ । ମତଦାନ ତାରିଖ ପାଖେଇବା ସହ ରାଜନୀତି ତାତି ବଢ଼ିବାରେ ଲାଗିଛି । ଆଇଟି- ଜିଏସଟି ରେଡ ପରେ ଗତକାଲି ସନ୍ଧ୍ୟାରେ ପଦ୍ମପୁରରେ ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ କରାଯାଇଥିଲା ଅପହରଣ । ଏହା ପରେ ତାଙ୍କୁ ରାତି ୧୧ ଟାରେ ଉଦ୍ଧାର କରାଯାଇ ପଦ୍ମପୁର ମେଡିକାଲରେ ଚିକିତ୍ସା କରାଯାଉଛି । ତାଙ୍କ ହାତ ଗୋଡ଼ରେ ଆଘାତର ଚିନ୍ହ ଥିବାର ଦେଖିବାକୁ ମିଳିଥିଲା I

ଘଟନାନୁସାରେ, ଗତକାଲି ଝାରବନ୍ଧ ବ୍ଲକର ଡଙ୍ଗୁରିଚଢ଼ା ଗାଁରେ ବିଜେଡି କର୍ମୀ ପଇସା ବାଣ୍ଟୁ ଥିବାର ସୂଚନାମିଳିଥିଲା I ତେବେ ଘଟଣାସ୍ଥଳରେ ପହଞ୍ଚି ଭାରତୀୟ ଜନତା ପାର୍ଟିର କିଛି ଲୋକ ଓ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ । ଏହାପରେ ଘଟଣା ଥାନାକୁ ଯାଇଥିଲା I ପୋଲିସ ପହଞ୍ଚି କିଛି ବିଜେଡି କର୍ମୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା I ଏହି ଘଟଣାରେ ପ୍ରତିହିଂସା ପରାୟଣ ହୋଇ ଲାଞ୍ଜିଗଡ଼ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ତାଙ୍କ ସହଯୋଗୀଙ୍କୁ ଧରି ବିଜେପିର କାର୍ଯ୍ୟକର୍ତ୍ତା ଦିଲ୍ଲୀପ କୁମାର ସେନାପତିଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇ ମାଡପିଟ୍‌ କରି ଛାଡ଼ି ଦେଇଥିଲେ। ଝାରବନ୍ଧ ବିଜେପିର ମଣ୍ଡଳ ସଭାପତି ମିଳନ ପାଣ୍ଡେ ଏନେଇ ଝାରବନ୍ଧ ଥାନାରେ ଏତଲା ଦେଇଥିଲେ । ଏହାର କିଛି ଘଣ୍ଟା ପତ୍ତା ମିଳିଥିଲା । ସେପଟେ ଘଟଣାକୁ ନେଇ ବିଧାୟକ ପ୍ରଦୀପ ଦିଶାରୀ କିମ୍ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନି ।

Tags: