ଓଟିପି ସେୟାରିଂ ସ୍କାମ୍ : ଆସାମ ରୁ ଜଣେ ଗିରଫ
ଭୁବନେଶ୍ୱର : ଓଟିପି ସେୟାରିଂ ସ୍କାମ୍ରେ ଆସାମରୁ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ଇକ୍ବାଲ ହୁସେନ୍ । ତାଙ୍କ ଘର ନଗାଁଓ ଜିଲ୍ଲା ବଟାଦ୍ରବା ଥାନାର ଗେଣ୍ଡୁଆ ପୋଥାର ଗାଁରେ । ଏସ୍ଟିଏଫ୍ ଟିମ୍ ଇକ୍ବାଲ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଓଡି଼ଶା ଆଣୁଛି । ପାକିସ୍ତାନର ଗୁଇନ୍ଦା ଏଜେଣ୍ଟକୁ ଗୁପ୍ତ ତଥ୍ୟ ପଠାଇବା ସହ ମାଙ୍ଗାଲୁରୁ ଅଟୋ ବୋମା ବିସ୍ଫୋରଣରେ ଇକ୍ବାଲର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ମୁତାବକ, ଇକ୍ବାଲ […]
ଭୁବନେଶ୍ୱର : ଓଟିପି ସେୟାରିଂ ସ୍କାମ୍ରେ ଆସାମରୁ ଜଣେ ଗିରଫ । ଗିରଫ ଅଭିଯୁକ୍ତ ଜଣକ ହେଲେ ଇକ୍ବାଲ ହୁସେନ୍ । ତାଙ୍କ ଘର ନଗାଁଓ ଜିଲ୍ଲା ବଟାଦ୍ରବା ଥାନାର ଗେଣ୍ଡୁଆ ପୋଥାର ଗାଁରେ । ଏସ୍ଟିଏଫ୍ ଟିମ୍ ଇକ୍ବାଲ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଓଡି଼ଶା ଆଣୁଛି । ପାକିସ୍ତାନର ଗୁଇନ୍ଦା ଏଜେଣ୍ଟକୁ ଗୁପ୍ତ ତଥ୍ୟ ପଠାଇବା ସହ ମାଙ୍ଗାଲୁରୁ ଅଟୋ ବୋମା ବିସ୍ଫୋରଣରେ ଇକ୍ବାଲର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
ମିଳିଥିବା ସୂଚନା ମୁତାବକ, ଇକ୍ବାଲ ଘର ଆସାମ ସେ ଦୀର୍ଘ ଦିନ ଧରି ବେଙ୍ଗାଲୁରୁରେ ରହୁଥିଲା । କିଛି ଦିନ ତଳେ ଘରକୁ ଫେରିଥିଲା । ସ୍ଥାନୀୟ ପୁଲିସ ସହାୟତାରେ ଏସ୍ଟିଏଫ୍ ଟିମ୍ ତାକୁ ଆଜି ତା’ ଘରୁ ଉଠାଇଛି । ଏସଟିଏଫ୍ ସନ୍ଦେହ କରୁଛି, ପାକିସ୍ତାନର ଗୁଇନ୍ଦା ଏଜେଣ୍ଟ ଅବଦୁଲ ହଲିମ୍ ସହ ୨ ବର୍ଷ ହେଲା ସମ୍ପର୍କରେ ଥିଲା । ତାକୁ ବିଭିନ୍ନ ଓଟିପି ସେୟାରିଂ କରିବା ସହ ଅନ୍ୟାନ୍ୟ ଗୁପ୍ତ ତଥ୍ୟ ଯୋଗାଉଥିଲା । ସ୍କାମ୍ରେ ପୂର୍ବରୁ ଗିରଫ ହୋଇଥିବା ଜଣେ ଅଭିଯୁକ୍ତ ଏହି ସୂଚନା ଦେଇଥିଲା । ଓଟିପି ସେୟାରିଂ ପାଇଁ ଖୋଲାଯାଇଥିବା ‘ଅଲ୍ ସେଭିଂ ଆକାଉଣ୍ଟ ଆଭେଲେବଲ୍’ ଟେଲିଗ୍ରାମ ଗ୍ରୁପ୍ରେ ମଧ୍ୟ ଇକ୍ବାଲ ସଦସ୍ୟ ଥିବା ଏସ୍ଟିଏଫ୍ ଟିମ୍ ତଦନ୍ତରୁ ଜାଣିବାକୁ ପାଇଥିଲା ।
ସେପଟେ ପୂର୍ବରୁ ଗିରଫ ଓଡ଼ିଶାର ଖୋର୍ଦ୍ଧାରୁ ଗିରଫ ହୋଇଥିବା ପଠାଣୀସାମନ୍ତ ଲେଙ୍କା ସିଲିଗୁଡି଼ ଥାନାରେ ମୋଷ୍ଟ ୱାଣ୍ଟେଡ୍ ଥିଲା । ସେଠାକାର ପୁଲିସ ଗତ ମେ’ ୨ ତାରିଖରେ ପଠାଣି ସାମନ୍ତକୁ ଖୋଜିବାକୁ ନୟାଗଡ଼ ଇଟାମାଟି ଆସିଥିଲା । କିନ୍ତୁ ପଠାଣି ସାମନ୍ତ ଫେରାର୍ ହୋଇଯିବାରୁ ସିଲିଗୁଡି଼ ଥାନା ପୁଲିସ ଖାଲି ହାତରେ ଫେରିଥିଲା । ସେଠାକାର ଗୁଡୁ ମୁସଲିମ୍ ସହ ମିଶି ପଠାଣିସାମନ୍ତ ପାକିସ୍ତାନ ଏଜେଣ୍ଟମାନଙ୍କୁ ଓଟିପି ପଠାଉଥିବା ପୁଲିସ ତଦନ୍ତରୁ ଜାଣିଥିଲା । ଗୁଡୁ ମୁସଲିମ୍ ସହ ଇକ୍ବାଲର କିଛି ସମ୍ପର୍କ ଅଛି କି ନାହିଁ, ଏସ୍ଟିଏଫ୍ ଏନେଇ ତନାଘନା ଚଳାଇଛି ।




