ଓଟିପି ସ୍କାମ,ରାଜଧାନୀରେ ଏଟିଏସ୍‌ ଓ ଏନ୍‌ଆଇଏ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଦୁଇ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ଼ I ଓଟିପି ସ୍କାମ ମାମଲାରେ କରୁଛନ୍ତି ତନାଘନା I ଓଡ଼ିଶା ସିମକାର୍ଡ ଘଟଣା ନୂଆ ମୋଡ଼ ନେଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ଲିଙ୍କ ରଖିବା ଅଭିଯୋଗ ସୂଚନା ମିଳିବା ପରେ,୨ ଆତଙ୍କବାଦ ବିରୋଧ ସ୍କ୍ବାଡ (ଏଟିଏସ୍‌) ଓ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ରାଜଧାନୀରେ ପହଞ୍ଚିଛନ୍ତି I ଓଡ଼ିଶାରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଚାଲିଥିବା ଘଟଣାରେ ପୁଣେରୁ ଗିରଫ ହୋଇ […]

Samaya Live Picture
Published On

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ଦୁଇ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ଼ I ଓଟିପି ସ୍କାମ ମାମଲାରେ କରୁଛନ୍ତି ତନାଘନା I ଓଡ଼ିଶା ସିମକାର୍ଡ ଘଟଣା ନୂଆ ମୋଡ଼ ନେଇଛି । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ଲିଙ୍କ ରଖିବା ଅଭିଯୋଗ ସୂଚନା ମିଳିବା ପରେ,୨ ଆତଙ୍କବାଦ ବିରୋଧ ସ୍କ୍ବାଡ (ଏଟିଏସ୍‌) ଓ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନ୍‌ଆଇଏ) ରବିବାର ରାଜଧାନୀରେ ପହଞ୍ଚିଛନ୍ତି I ଓଡ଼ିଶାରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଚାଲିଥିବା ଘଟଣାରେ ପୁଣେରୁ ଗିରଫ ହୋଇ ଜିମାରେ ଥିବା ସଫ୍ଟୱେର ଇଞ୍ଜିନିୟର ଅଭିଜିତ ସଞ୍ଜୟ ଜାମ୍ବୁରୁକୁ ମାରାଥନ ଜେରା ଚଳାଇଛନ୍ତି।

ସୂଚନାନୁସାରେ,ପାକିସ୍ତାନ ସେନାର ବରିଷ୍ଠ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ଓରଫ ଖୁରନ୍‌ ସହ ଅଭିଜିତର ଭଲ ସମ୍ପର୍କ ଥିଲା। ଉଭୟ ପ୍ରତିଦିନ ହ୍ବାଟ୍ସଆପରେ କଥା ହୁଅନ୍ତି। ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟମାନଙ୍କ ସହିତ ତାର କେମିତି ଥିଲା ସମ୍ପର୍କ ? କେମିତି ହେଉଥିଲା ଟଙ୍କା କାରବାର ? ଜାତୀୟ ସୁରକ୍ଷା ସମ୍ବନ୍ଧୀୟ କେଉଁ ସବୁ ତଥ୍ୟ ସେ ପାକିସ୍ତାନ ଗୁଇନ୍ଦାକୁ ଦେଇଛି। ଭାରତରେ ଆଉ କେତେଜଣ ଏଜେଣ୍ଟ ଅଛନ୍ତି ? ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜୁଛି ଏଟିଏସ୍‌। ପୂର୍ବରୁ ଗିରଫ ନୟାଗଡ଼ର ପଠାଣିସାମନ୍ତ ଲେଙ୍କା ଜରିଆରେ ଅଭିଜିତ୍‌ ସିମକାର୍ଡ ପାକିସ୍ତାନକୁ ଯୋଗାଉଥିଲା। ପ୍ରତି ସିମ୍‌କାର୍ଡର ଓଟିପି ପିଛା ପଠାଣିକୁ ସେ ୫ଶହରୁ ଏକ ହଜାର ଟଙ୍କା ଦେଉଥିଲା। ସେପଟେ ଅଭିଜିତ ଏବେ କ୍ରାଇମବ୍ରାଞ୍ଚ୍‌ ସ୍ବତନ୍ତ୍ର କାର୍ଯ୍ୟବଳ (ଏସ୍‌ଟିଏଫ୍‌) ଜିମାରେ ରହିଛି। ତଦନ୍ତକାରୀ ଦଳ ମଧ୍ୟ ତାକୁ ଜେରା କରୁଛି।

ଏହି ଘଟଣାରେ ଏବେସୁଦ୍ଧା ଏସ୍‌ଟିଏଫ ଅଭିଜିତ ସମେତ ୫ ଜଣଙ୍କୁ ଗିରଫ କରିଛି। ‌୪ ଜଣ ଓଡ଼ିଶାରୁ ଗିରଫ ହୋଇଥିବା ବେଳେ ଜଣଙ୍କୁ ପୁଣେରୁ ଗିରଫ କରିଥିଲା। ୪ ଓଡ଼ିଆଙ୍କ ମଧ୍ୟରେ ନୟାଗଡ଼ର ପଠାଣି ସାମନ୍ତ ଥିଲା ମାଷ୍ଟରମାଇଣ୍ଡ। ପଠାଣି ଜରିଆରେ ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟ ପାଖକୁ ଯାଉଥିଲା ଓଡ଼ିଶା ସିମକାର୍ଡ଼। ଏଟିଏସ୍‌ ଓ ଏନ୍‌ଆଇଏ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଆହୁରି ଅନେକ ଲୋକଙ୍କ ଚେହେରା ସାମ୍ନାକୁ ଆସିବ ବୋଲି ଜଣାପଡିଛି।

Tags: