OSRTC ସିଏଓ ଗିରଫ
ଭୁବନେଶ୍ୱର : OSRTC ଚିଫ ଆକାଉଣ୍ଟାଣ୍ଟ ଅଫିସର ଗିରଫ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ମାମଲାରେ ଚିଫ ଆକାଉଣ୍ଟାଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଜି ବିଜୟଙ୍କୁ କୋର୍ଟ ଚାଲାଣ କରାଯିବ । ସୂଚନାନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶୁକ୍ରବାର ବିଜୟ ମଙ୍ଗରାଜଙ୍କ ଘରେ ଚଢ଼ାଉ କରିଥିଲେ । ବିଜୟ ମଙ୍ଗରାଜଙ୍କ ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଭୁବନେଶ୍ୱରର ୬ଟି ଓ […]
ଭୁବନେଶ୍ୱର : OSRTC ଚିଫ ଆକାଉଣ୍ଟାଣ୍ଟ ଅଫିସର ଗିରଫ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ମାମଲାରେ ଚିଫ ଆକାଉଣ୍ଟାଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଜି ବିଜୟଙ୍କୁ କୋର୍ଟ ଚାଲାଣ କରାଯିବ ।
ସୂଚନାନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଶୁକ୍ରବାର ବିଜୟ ମଙ୍ଗରାଜଙ୍କ ଘରେ ଚଢ଼ାଉ କରିଥିଲେ । ବିଜୟ ମଙ୍ଗରାଜଙ୍କ ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଏକାକାଳୀନ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱରର ଖାରବେଳ ନଗର ସ୍ଥିତ କାର୍ଯ୍ୟାଳୟ, ନନ୍ଦନ ବିହାର, ପଳାଶୁଣୀର ସମ୍ପର୍କିୟଙ୍କ ଘର ଓ ଭଡ଼ା ଘରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ତାଙ୍କର ଭୁବନେଶ୍ୱରରେ ୨ଟି କୋଠା ଓ ୨ଟି ପ୍ଲଟ୍ ଥିବା ବେଳେ ତାଙ୍କଠାରୁ ୧.୪୭ କୋଟି ଟଙ୍କାର ବ୍ୟାଙ୍କ ଜମା ଜବତ ହୋଇଛି। ସେହିପରି ୫୦୦ ଗ୍ରାମର ସୁନା ଜବତ କରିଛି ଭିଜିଲାନ୍ସ । ଖାଲି ଓଡ଼ିଶାରେ ନୁହେଁ କେରଳରେ ମଧ୍ୟ ଘର ରହିଥିବା ତଦନ୍ତ ବେଳେ ଜଣାପଡ଼ିଛି। କେରଳର ଏର୍ନାକୁଲମ୍ରେ ତାଙ୍କର ୨ ମହଲା ବିଶିଷ୍ଟ କୋଠା ରହିଛି। ଏହା ସହିତ ତାଙ୍କର ୨ଟି ଚାରି ଚକିଆ ଗାଡ଼ି ମଧ୍ୟ ରହିଛି । ଏହି ଚଢ଼ାଉରେ ୮ଜଣ ଡିଏସପି, ୯ ଜଣ ଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ ।




