ଭିଜିଲାନ୍ସ ଜାଲରେ OSAP କମାଣ୍ଡାଣ୍ଟ
ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଫସିଲେ OSAP ୧ ନମ୍ବର ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ ବେହେରା I ତାଙ୍କ ଠାରୁ ଜବତ ହୋଇଛି ନାଗଡ଼ ୧ଲକ୍ଷ ୩୧ ହଜାର ଟଙ୍କା I ଶନିବାର ଦିନ ଢେଙ୍କାନାଳରୁ ଟଙ୍କା ନେଇ କଟକ ସ୍ଥିତ ବାସଭବନକୁ କାର ଯୋଗେ ଫେରୁଥିବାବେଳେ ବାଟରେ ତାଙ୍କୁ ଧରିଥିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । ସୁନୀଲ ନିଜ ସରକାରୀ ଗାଡି ଯୋଗେ ଟଙ୍କା ନେଇ ଯାଉଥିଲେ । ଆଗୁଆ ଖବର ପାଇ ତାଙ୍କୁ ଅଟକାଇଥିଲା […]
ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଫସିଲେ OSAP ୧ ନମ୍ବର ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ ବେହେରା I ତାଙ୍କ ଠାରୁ ଜବତ ହୋଇଛି ନାଗଡ଼ ୧ଲକ୍ଷ ୩୧ ହଜାର ଟଙ୍କା I ଶନିବାର ଦିନ ଢେଙ୍କାନାଳରୁ ଟଙ୍କା ନେଇ କଟକ ସ୍ଥିତ ବାସଭବନକୁ କାର ଯୋଗେ ଫେରୁଥିବାବେଳେ ବାଟରେ ତାଙ୍କୁ ଧରିଥିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ । ସୁନୀଲ ନିଜ ସରକାରୀ ଗାଡି ଯୋଗେ ଟଙ୍କା ନେଇ ଯାଉଥିଲେ । ଆଗୁଆ ଖବର ପାଇ ତାଙ୍କୁ ଅଟକାଇଥିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ।
ଏହା ପରେ ଢେଙ୍କାନାଳ ସ୍ଥିତ ସରକାରୀ ବାସଭବନ, କଟକ, ଭୁବନେଶ୍ୱର ଓ ପୁରୀ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ସେଠାରୁ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି । ଏତେ ନଗଦ ଟଙ୍କା କେଉଁଠୁ ଆଣିଲେ, ଏ ନେଇ ସେ କୌଣସି ସନ୍ତୋଷଜନକ ଉତର ଦେଇପାରିନଥିଲେ । ସୁନୀଲ ବେହେରାଙ୍କୁ ଗିରଫ କରାଯିବା ସହ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ନେଇ ଖୋଳତାଡ଼ ଜାରି ରହିଥିବା ସୂଚନା ଦେଇଛି ଭିଜିଲାନ୍ସ ।




