ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦେଶ
ରାଉରକେଲା : ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା I ତଦନ୍ତ ଦାୟିତ୍ୱ ଓଡିଶା ପୋଲିସ ହାତରୁ ମାନବଧିକାର ସୁରକ୍ଷା ସେଲ୍(ଏଚ୍ଆରପିସି) କୁ ହସ୍ତାନ୍ତର କରାଯାଇଛି I ଜଣେ ଡିଏସ୍ପି ଅଫିସରଙ୍କ ତତ୍ତ୍ୱାବଧାନରେ ହେବ ତଦନ୍ତ I ଡ଼ିଏସପି ଅଫିସର ବନିତା ମାଝୀ ଏହି ଘଟଣାରେ କରିବେ ତଦନ୍ତ I ଏନେଇ ଆଜି ବିଧିବଦ୍ଧ ଭାବେ ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର ନିର୍ଦ୍ଦେଶ ଜାରି କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ସୂଚନାନୁସାରେ,ଗତ୧୯ ତାରିଖରେ ସହକାରୀ […]
ରାଉରକେଲା : ସହକାରୀ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣା I ତଦନ୍ତ ଦାୟିତ୍ୱ ଓଡିଶା ପୋଲିସ ହାତରୁ ମାନବଧିକାର ସୁରକ୍ଷା ସେଲ୍(ଏଚ୍ଆରପିସି) କୁ ହସ୍ତାନ୍ତର କରାଯାଇଛି I ଜଣେ ଡିଏସ୍ପି ଅଫିସରଙ୍କ ତତ୍ତ୍ୱାବଧାନରେ ହେବ ତଦନ୍ତ I ଡ଼ିଏସପି ଅଫିସର ବନିତା ମାଝୀ ଏହି ଘଟଣାରେ କରିବେ ତଦନ୍ତ I ଏନେଇ ଆଜି ବିଧିବଦ୍ଧ ଭାବେ ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର ନିର୍ଦ୍ଦେଶ ଜାରି କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ସୂଚନାନୁସାରେ,ଗତ୧୯ ତାରିଖରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତଦେହ ରାଉରକେଲାସ୍ଥିତ ସେଞ୍ଚୁରିଅନ ପାର୍କ ପୋଖରୀରୁ ଉଦ୍ଧାର ହୋଇଥିଲା I କାର୍ଯ୍ୟସ୍ଥଳୀରେ ଅତ୍ୟଧିକ ମାନସିକ ଚାପ ଯୋଗୁଁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି କୁହା ଯାଉଥିବା ବେଳେ,ତାଙ୍କର ପାରିବାରିକ ଅଶାନ୍ତି ଥିବା କଥା ସୂଚନା ମିଳିଥିଲା I ହେଲେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ମୃତ ସୁସ୍ମିତା ମିଂଜଙ୍କ ପରିବାର ।
ଅନ୍ୟପଟେ ଏହି ଘଟଣାରେ ଗତକାଲି ସୁନ୍ଦରଗଡ଼ ଆଦିବାସୀ ଜିଲ୍ଲା ମଞ୍ଚ ଆନ୍ଦୋଳନକୁ ଓହ୍ଲାଇଥିଲା । ଶତାଧିକ ଆଦିବାସୀ ବିରାଟ ଶୋଭାଯାତ୍ରାରେ ଆସି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । ସୁସ୍ମିତାଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ । ପୋଲିସ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ସଂପୃକ୍ତ ବଡବଡିଆଙ୍କୁ ବଂଚାଇବାକୁ ଚାପରେ ଆସି ତଦନ୍ତରେ ଢିଲା ମାରୁଥିବା ଅଭିଯୋଗ ହୋଇଥିଲା ଏହାର ସିବିଆଇ ତଦନ୍ତ କରାଯିବା ଓ ଦୋଷୀକୁ ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ । ଦାବିପୂରଣ ନହେଲେ ସମଗ୍ର ରାଜ୍ୟର ଆଦିବାସୀ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ସୁନ୍ଦରଗଡ଼ ଆଦିବାସୀ ଜିଲ୍ଲା ମଞ୍ଚ ପକ୍ଷରୁ ଭାରତର ରାଷ୍ଟ୍ରପତି, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,ଆରଡିସି (ସମ୍ବଲପୁର), ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସ୍ପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।




