ଅପରେସନ ‘ହ୍ୱାଇଟ ସ୍ପାଇଡର’ ନିଶା ବେପାରୀ ୬ ମାସ ପାଇଁ ହେବେ ତଡିପାର

ଭୁବନେଶ୍ୱର : ନିଶା ବେପାରୀଙ୍କୁ କମିଶନରେଟ ପୋଲିସ ର ଛାଟ । ଏଣିିକି ରାଜଧାନୀରେ ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର । ନିଶା କାରବାର ଓ ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଛି କମିଶନରେଟ ପୋଲିସ । ପୁଣିଥରେ ଅପରେସନ ହ୍ୱାଇଟ ସ୍ପାଇଡରକୁ ଜୋରଦାର କରିଛି କମିଶନରେଟ ପୋଲିସ । ପ୍ରଥମଥର ପାଇଁ ଜଣେ ନିଶା ବେପାରୀଙ୍କୁ ରାଜଧାନୀରୁ ତଡିପାର କରିଛି ପୋଲିସ । ନିଶା ମାଫିଆ ଚକ୍ରଧର ସାହୁ(୪୫)କୁ […]

Samaya Live Picture
Published On

ଭୁବନେଶ୍ୱର : ନିଶା ବେପାରୀଙ୍କୁ କମିଶନରେଟ ପୋଲିସ ର ଛାଟ । ଏଣିିକି ରାଜଧାନୀରେ ନିଶା ବିକିଲେ ୬ ମାସ ପାଇଁ ହେବେ ତଡିପାର । ନିଶା କାରବାର ଓ ନିଶା ବେପାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇଛି କମିଶନରେଟ ପୋଲିସ । ପୁଣିଥରେ ଅପରେସନ ହ୍ୱାଇଟ ସ୍ପାଇଡରକୁ ଜୋରଦାର କରିଛି କମିଶନରେଟ ପୋଲିସ ।

ପ୍ରଥମଥର ପାଇଁ ଜଣେ ନିଶା ବେପାରୀଙ୍କୁ ରାଜଧାନୀରୁ ତଡିପାର କରିଛି ପୋଲିସ । ନିଶା ମାଫିଆ ଚକ୍ରଧର ସାହୁ(୪୫)କୁ ସହରରୁ ନିର୍ବାସନ କରାଯାଇଛି। ଫଳରେ ଚକ୍ରଧରକୁ ୬ ମାସ ଭିତରେ ରାଜଧାନୀରେ ଦେଖିବାକୁ ମିଳିବନି। ତାକୁ ତଡିପାର୍‌‌ ଲାଗି ନିର୍ଦ୍ଦେଶନାମା ଜାରି ହୋଇଥିବାବେଳେ ଏହି ଆଦେଶ ୬ ମାସ ଲାଗି ଭୁବନେଶ୍ୱର ସହରାଞ୍ଚଳ ପୁଲିସରେ ବଳବତ୍ତର ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ନିଶା ମାଫିଆ ଚକ୍ରଧରର ଘର ନନ୍ଦନକାନନ ଥାନା କଲ୍ୟାଣପୁରରେ। ସେ ଚନ୍ଦ୍ରଶେଖରପୁର ଥାନା ଭୋଇସାହିରେ ରହୁଥିଲା। ତାକୁ ରାଜଧାନୀରେ ଅଭ୍ୟାସଗତ ତଥା ପେସାଦାର ଅପରାଧୀ ଭାବେ ଗଣନା କରାଯାଇଛି। ଚକ୍ରଧର ନାମରେ ଇନ୍‌‌ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ନିଶା କାରବାର ମାମଲା ରହିଛି।

Tags: