ଅନଲାଇନ ଖେଳ ହେଲା କାଳ,ଛାତ୍ରଙ୍କ ଆତ୍ମହତ୍ୟା

ବାଲେଶ୍ୱର : ଅନଲାଇନ ଖେଳ ନିଶା ନେଲା ଛାତ୍ରଙ୍କ ଜୀବନ I ଛାତ୍ର ଜଣଙ୍କ +୨ ରେ ପଢ଼ୁଥିବା ବେଳେ,ଅନେକ ଦିନ ଧରି ‘ପବଜି’ ଖେଳ ନିଶାରେ ପଡିଯାଇଥିଲେ I ଏହା ଯୋଗୁଁ ସେ ପ୍ରାୟ ସମୟ ମାନସିକ ଅବସାଦରେ ରହୁଥିଲେ I ଘଟଣା ଘଟିଛି ସୋର ଥାନା ବାହାନଗା ବ୍ଲକ କୁଚିଆକୋଇଲି ଅରଡ଼ା ଗ୍ରାମରେ I ଛାତ୍ର ଜଣଙ୍କ ହେଉଛନ୍ତି ଗାଁର ଶରତ ଚନ୍ଦ୍ର ମଳିକ ୧୭ ବର୍ଷୀୟ ସାନ ପୁଅ ଆଶିଷ କୁମାର ମଳିକ। […]

Samaya Live Picture
Published On

ବାଲେଶ୍ୱର : ଅନଲାଇନ ଖେଳ ନିଶା ନେଲା ଛାତ୍ରଙ୍କ ଜୀବନ I ଛାତ୍ର ଜଣଙ୍କ +୨ ରେ ପଢ଼ୁଥିବା ବେଳେ,ଅନେକ ଦିନ ଧରି ‘ପବଜି’ ଖେଳ ନିଶାରେ ପଡିଯାଇଥିଲେ I ଏହା ଯୋଗୁଁ ସେ ପ୍ରାୟ ସମୟ ମାନସିକ ଅବସାଦରେ ରହୁଥିଲେ I ଘଟଣା ଘଟିଛି ସୋର ଥାନା ବାହାନଗା ବ୍ଲକ କୁଚିଆକୋଇଲି ଅରଡ଼ା ଗ୍ରାମରେ I ଛାତ୍ର ଜଣଙ୍କ ହେଉଛନ୍ତି ଗାଁର ଶରତ ଚନ୍ଦ୍ର ମଳିକ ୧୭ ବର୍ଷୀୟ ସାନ ପୁଅ ଆଶିଷ କୁମାର ମଳିକ। ଆଶିଷ ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ଥିଲେ। ଗତକାଲି କଲେଜରୁ ଫେରିବା ପରେ ଘରଭିତରେ କବାଟ ବନ୍ଦ କରି ରହିଥିଲେ। ଦୀର୍ଘ ସମୟ ଧରି ସେ ଘର ଭିତରୁ ବାହାରି ନଥିଲେ I ମା’ଖାଇବାକୁ ଡାକିଥିଲେ ମଧ୍ୟ ଆଶିଷ ଘରୁ ନବାହାରିବାରୁ ତାଙ୍କର ସନ୍ଦେହ ହୋଇଥିଲା Iସେ ଝରକା ଦେଇ ଦେଖିବାରୁ ଆଶିଷ ଘର ଭିତରେ ଫ୍ୟାନରେ ଗାମୁଛା ଲଗାଇ ଝୁଲୁଥିବାର ଦେଖାଯାଇଥିଲା I ଏହାପରେ ଗ୍ରାମବାସୀଙ୍କ ସହାୟତାରେ କବାଟଭାଙ୍ଗି ଆଶିଷଙ୍କୁ ତୁରନ୍ତ ସୋର ଡାକ୍ତରଖାନା ନିଆଯାଇଥିଲା,କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ଖବରପାଇ ସୋର ପୋଲିସ ଡାକ୍ତରଖାନାରେ ପହଁଚି ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି I ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡି ନଥିବାବେଳେ ଆଶିଷ ଅଧିକାଂଶ ସମୟରେ ଅନଲାଇନ ଖେଳରେ ବ୍ୟସ୍ତ ରହିଥିବା ସୂଚନା ମିଳିଛି I

Tags: