ପୋଲିସ ଭ୍ୟାନ ଧକ୍କାରେ ଜଣେ ଛାତ୍ର ମୃତ,ଅନ୍ୟ ଜଣେ ଗୁରୁତର
ହିଞ୍ଜିଳି :୨ ଇଂଜିନିୟର ଛାତ୍ରଙ୍କୁ ଧକ୍କା ଦେଲା ପୋଲିସ ଭ୍ୟାନ I ଧକ୍କା ଦେଇ ଭ୍ୟାନଟି ଦ୍ରୁତ ଗତିରେ ସେଠାରୁ ପଳାଇଥିଲା I ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି I ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଧୋବାଡ଼ିପାଟପୁର ଗ୍ରାମ ନିକଟରେ I ମୃତ ଛାତ୍ର ଜଣଙ୍କ କାହ୍ନୁ ଚରଣ ଦାସ ଏବଂ ଗୁରୁତର ଆହତ ହେଉଛନ୍ତି […]
ହିଞ୍ଜିଳି :୨ ଇଂଜିନିୟର ଛାତ୍ରଙ୍କୁ ଧକ୍କା ଦେଲା ପୋଲିସ ଭ୍ୟାନ I ଧକ୍କା ଦେଇ ଭ୍ୟାନଟି ଦ୍ରୁତ ଗତିରେ ସେଠାରୁ ପଳାଇଥିଲା I ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି I ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଧୋବାଡ଼ିପାଟପୁର ଗ୍ରାମ ନିକଟରେ I ମୃତ ଛାତ୍ର ଜଣଙ୍କ କାହ୍ନୁ ଚରଣ ଦାସ ଏବଂ ଗୁରୁତର ଆହତ ହେଉଛନ୍ତି ଦୀପକ ପ୍ରଧାନ I ଉଭୟଙ୍କ ଘର ଗଞ୍ଜାମ ଜିଲ୍ଲା ଆସିକାରେ I
ସୂଚନାନୁସାରେ,ଗତକାଲି କାହ୍ନୁ ଚରଣ ଓ ତାଙ୍କ ସାଙ୍ଗ ଏକ ବାଇକ୍ରେ କଲେଜରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଧୋବାଡ଼ିପାଟପୁର ଗ୍ରାମ ନିକଟରେ ପୁଲିସ ଭ୍ୟାନ୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣରେ ଦୁଇ କଲେଜ ଛାତ୍ର ରାସ୍ତା ଉପରେ ଛିଟିକି ପଡ଼ିଥିବା ବେଳେ ପୋଲିସ ଭ୍ୟାନ୍ ଟି ସେଠାରୁ ଖସି ଯାଇଥିଲା I ଉଭୟ ଇଂଜିନିୟରିଂ ଛାତ୍ର ଥିବା ଜଣା ପଡିଛି I




