ବର ଗାଡି ମାଡି ଯାଇ ଜଣେ ମୃତ ,୧୦ ଗୁରୁତର

ବଲାଙ୍ଗୀର : ଅଭାବନୀୟ ବରଯାତ୍ରୀ ପ୍ରୋସେସନ ବେଳେ ଘଟିଗଲା ଅଘଟଣ I ନିୟନ୍ତ୍ରଣ ହରାଇ ବରଯାତ୍ରୀଙ୍କ ଉପରକୁ ମାଡ଼ିଗଲା ବର ବସିଥିବା କାର I ଫଳରେ ଘଟଣାସ୍ଥଳରେ ନାଚୁଥିବା ବରଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି I ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବାଘଝରଣ ଗାଁରେ I ଖବରନୁସାରେ,ଖପ୍ରାଖୋଲ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ବାଘଝରଣ ଗାଁରୁ ହୂତାସନ ବରିହା ହିର୍ଲି ଗାଁକୁ ଶୁକ୍ରବାର ରାତିରେ […]

Samaya Live Picture
Published On

ବଲାଙ୍ଗୀର : ଅଭାବନୀୟ ବରଯାତ୍ରୀ ପ୍ରୋସେସନ ବେଳେ ଘଟିଗଲା ଅଘଟଣ I ନିୟନ୍ତ୍ରଣ ହରାଇ ବରଯାତ୍ରୀଙ୍କ ଉପରକୁ ମାଡ଼ିଗଲା ବର ବସିଥିବା କାର I ଫଳରେ ଘଟଣାସ୍ଥଳରେ ନାଚୁଥିବା ବରଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି I ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବାଘଝରଣ ଗାଁରେ I

ଖବରନୁସାରେ,ଖପ୍ରାଖୋଲ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ବାଘଝରଣ ଗାଁରୁ ହୂତାସନ ବରିହା ହିର୍ଲି ଗାଁକୁ ଶୁକ୍ରବାର ରାତିରେ ବରଯାତ୍ରୀ ବାହାରିଥିଲେ। ବର ବସିଥିବା ମାରୁତି ଏଟ୍ରିକା କାରଟି ପଛରେ ଯାଉଥିବାବେଳେ ଆଗରେ ଡିଜେ ନାଚରେ ମତୁଆଲା ଥିଲେ ବରଯାତ୍ରୀ I ବରଯାତ୍ରୀ ଗାଡି କନ୍ୟା ଘର ସମ୍ମୁଖରେ ପହଁଚିଲା ବେଳକୁ ବର ଯାଉଥିବା ଗାଡିଟି ନିୟନ୍ତ୍ରଣ ହରାଇ ବରଯାତ୍ରୀଙ୍କ ଉପରକୁ ମାଡି ଯାଇଥିଲା ।

ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଖପ୍ରାଖୋଲ ସିଏଚସିକୁ ଅଣା ଯାଇଥିଲା। ସେଠାରେ ବରଯାତ୍ରୀଙ୍କ ମଧ୍ୟରୁ ରାଜ ବରିହାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର କହିଥିଲେ। ସେହିପରି ଅନ୍ୟ ୧୦ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ I ସେମାନଙ୍କ ମଧ୍ୟରୁ ୪ଜଣଙ୍କର ପ୍ରାଥମିକ ଚିକିତ୍ସା କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ସୂଚନା ପାଇ ଖପ୍ରାଖୋଲ ପୁଲିସ ଏଟ୍ରିକା ଗାଡ଼ିଚାଳକ ଦୁର୍ଯ୍ୟୋଧନ ନାଗଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Tags: