କାର୍ଯ୍ୟରତ କନଷ୍ଟେବଳଙ୍କୁ ଆକ୍ରମଣ କରି, ଜଣେ ଗିରଫ
କୋରାପୁଟ : ଥାନା ପରିସରରେ କାର୍ଯ୍ୟରତ କନେଷ୍ଟବଳଙ୍କୁ ବନ୍ଧୁକରେ ଆକ୍ରମଣ । ଏହି ଘଟଣାରେ ଜଣେ ଆକ୍ରମଣକାରୀକୁ ଆଜି ସକାଳେ ଗିରଫ କରିଛି ନନ୍ଦପୁର ପୋଲିସ ଅନ୍ୟ ଜଣେ ଫେରାର ରହିଛି । ଆହତ କନଷ୍ଟେବଳଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କୋରପୁଟ ସ୍ଥାନାନ୍ତର କରାଯାଇଛି। ଘଟନାନୁସାରେ, କିଛିଦିନ ପୂର୍ବେ ଖିଳୁଆ ଗ୍ରାମର ମଦନ ଖେମୁଣ୍ଡଙ୍କ ନାବାଳିକା ଝିଅଙ୍କୁ ନନ୍ଦପୁର ଦଳିତ ସାହିର ଜଣେ ବିବାହିତ […]
କୋରାପୁଟ : ଥାନା ପରିସରରେ କାର୍ଯ୍ୟରତ କନେଷ୍ଟବଳଙ୍କୁ ବନ୍ଧୁକରେ ଆକ୍ରମଣ । ଏହି ଘଟଣାରେ ଜଣେ ଆକ୍ରମଣକାରୀକୁ ଆଜି ସକାଳେ ଗିରଫ କରିଛି ନନ୍ଦପୁର ପୋଲିସ ଅନ୍ୟ ଜଣେ ଫେରାର ରହିଛି । ଆହତ କନଷ୍ଟେବଳଙ୍କୁ ପ୍ରଥମେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କୋରପୁଟ ସ୍ଥାନାନ୍ତର କରାଯାଇଛି।
ଘଟନାନୁସାରେ, କିଛିଦିନ ପୂର୍ବେ ଖିଳୁଆ ଗ୍ରାମର ମଦନ ଖେମୁଣ୍ଡଙ୍କ ନାବାଳିକା ଝିଅଙ୍କୁ ନନ୍ଦପୁର ଦଳିତ ସାହିର ଜଣେ ବିବାହିତ ଯୁବକ ଅପହରଣ କରି ନେଇଯାଇଥିଲେ। ଏ ନେଇ ନାବାଳିକାଙ୍କର ପିତା ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଗତ ୨୨ ତାରିଖରେ ଅଭିଯୁକ୍ତ ଉମେଶ ଗୁଣ୍ଠାଙ୍କୁ ଥାନାକୁ ଅଣାଯାଇଥିଲା। କିନ୍ତୁ ୨୩ ତାରିଖ ସକାଳେ ସେ ଥାନାରୁ ଖସିଯାଇ ଚଂପଟ ମାରିଥିଲା।
ସେବେ ସେ ନିଜ ସମ୍ପର୍କୀୟଙ୍କ ଘରେ ଲୁଚିଥିବାବେଳେ ନନ୍ଦପୁର ଥାନା ପୋଲିସ ତାଙ୍କୁ ଆଣି ଥାନାରେ ଅଟକ ରଖିଥିଲେ । ଏହି ସମୟରେ ଥାନାର ଅନ୍ୟ କର୍ମଚାରୀମାନେ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଏବଂ କିଛି କର୍ମଚାରୀ ବାହାରକୁ ଯାଇଥିବାର ସୁଯୋଗ ନେଇ ଅଭିଯୁକ୍ତର ମାମୁଁ ହଠାତ୍ ଥାନାର ପରିସରରେ ଥିବା ଏକ ବନ୍ଧୁକ ଆଣି ବନ୍ଧୁକର ବଟ୍ ସହିତ ବାହାରେ ଜଗିଥିବା କନେଷ୍ଟବଳ ଭୂଷିତ ଟାକ୍ରିଙ୍କୁ ମୁଣ୍ଡରେ ମାଡ଼ ଦେଇଥିଲା ଏବଂ ଥାନା ଭିତରୁ ଧାଇଁ ପଳାଇଥିଲା। ଗତକାଲି ଫେରାର ଥିବା ଅଭିଯୁକ୍ତକୁ ଆଜି ସକାଳେ ପୁଲିସ ଗିରଫ କରିଛି।




