ବାହାନଗା ରେଳ ଦୁର୍ଘଟଣା,ଆଉ ୪ ଦିନ ରିମାଣ୍ଡରେ ଯିବେ ଅଭିଯୁକ୍ତ

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣା ମାମଲାରେ ଆଉ ୪ ଦିନ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ I ସିବିଆଇ ପକ୍ଷରୁ ୫ଦିନ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ କୋର୍ଟ ୪ଦିନ ମଞ୍ଜୁର କରିଥିଲେ। ଅଧିକ ତଥ୍ୟ କାଢ଼ିବା ସହ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ସିବିଆଇ ଜୋରଦାର ଜେରା କରିବ ବୋଲି ଜଣାପଡ଼ିଛି। ସୂଚନାନୁସାରେ,ଦୁର୍ଘଟଣା ପାଇଁ ଦାୟୀ କରାଯାଇ ଚଳିତ ଜୁଲାଇ ୮ ତାରିଖ ଦିନ ସିନିଅର ସେକ୍ସନ ଅଫିସର ଅରୁଣ କୁମାର ମହାନ୍ତି […]

Samaya Live Picture
Published On

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣା ମାମଲାରେ ଆଉ ୪ ଦିନ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ I ସିବିଆଇ ପକ୍ଷରୁ ୫ଦିନ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ କୋର୍ଟ ୪ଦିନ ମଞ୍ଜୁର କରିଥିଲେ। ଅଧିକ ତଥ୍ୟ କାଢ଼ିବା ସହ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ସିବିଆଇ ଜୋରଦାର ଜେରା କରିବ ବୋଲି ଜଣାପଡ଼ିଛି।

ସୂଚନାନୁସାରେ,ଦୁର୍ଘଟଣା ପାଇଁ ଦାୟୀ କରାଯାଇ ଚଳିତ ଜୁଲାଇ ୮ ତାରିଖ ଦିନ ସିନିଅର ସେକ୍ସନ ଅଫିସର ଅରୁଣ କୁମାର ମହାନ୍ତି ,ସେକ୍ସନ ଅଫିସର ମହମ୍ମଦ ଅମୀର ଖାଁ ଓ ଟେକ୍ନିସିଆନ ପପ୍ପୁ କୁମାରଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା I

ସେହିପରି ୧୧ ତାରିଖ ରେ ଷ୍ଟେସନ ମାଷ୍ଟର ବି. ବି. ମହାନ୍ତିଙ୍କୁ ଅଭିଯୁକ୍ତ ଦର୍ଶାଇ ଏହି ୩ ଜଣଙ୍କ ସହିତ ମୁହାଁମୁହିଁ ଜେରା କରାଯାଇଛି I ଅଧିକ ତଥ୍ୟ କାଢ଼ିବା ସହ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ସିବିଆଇ ଜୋରଦାର ଜେରା କରିବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଆଉ କିଛି କର୍ମଚାରୀଙ୍କୁ ଜେରା କରିବାକୁ ଯୋଜନା ରଖିଛି ତଦନ୍ତକାରୀ ଟିମ୍। ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ସିବିଆଇ ସ୍ୱତନ୍ତ୍ର କୋର୍ଟ ପକ୍ଷରୁ କୁହାଯାଉଛି। ତେବେ ଚାର୍ଜସିଟ୍ ଦାଖଲ ପାଇଁ ଅଧିକ ତଥ୍ୟ ପ୍ରମାଣ ଦରକାର ଥିବାରୁ ସିବିଆଇ ପୁଣି ଥରେ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ବଢ଼ାଇଛି I

ସୂଚନାନୁସାରେ,ଗତ ଶୁକ୍ରବାର ୮ ତାରିଖ ଦିନ ଗିରଫ ୩ ଅଭିଯୁକ୍ତଙ୍କୁ ଚନ୍ଦକା ଥାନାରେ ରଖି ଜେରା କରିଥିଲା ସିବିଆଇ I ଆଜି ତାଙ୍କର ରିମାଣ୍ଡ ଅବଧି ସରୁଥିବାବେଳେ,ମେଣ୍ଢାଶାଳ ଡାକ୍ତରଖାନାକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା I ଏହାପରେ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇ ଆଉ ଅଧିକ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି ସିବିଆଇ I

Tags: