୨ୟ ଦିନରେ ନବ ଦାସଙ୍କ ବିଭିନ୍ନ ଠିକଣା ଉପରେ ଆୟକର ବିଭାଗର ଚଢ଼ାଉ

ଝାରସୁଗୁଡା : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଆଜି ୨ୟ ଦିନରେ ଆୟକର ଚଢ଼ାଉ ଜାରି ରହିଛି । ଝାରସୁଗୁଡ଼ା,ସମ୍ବଲପୁର, ସୁନ୍ଦରଗଡ଼ ସ୍ଥିତ ବିଭିନ୍ନ ଠିକଣାରେ ପହଞ୍ଚି ଛାନଭିନ୍ ଚଳାଇଛି ଆୟକର ବିଭାଗ । ଏହି ଚଢ଼ାଉରେ ଆୟକର ବିଭାଗର ୧୦ ଜଣ ଅଧିକାରୀ ସାମିଲ ହୋଇଥିବା ଜଣାପଡିଛି । ସୁନ୍ଦରଗଡରେ ସ୍ବର୍ଗତ ଦାସଙ୍କ ବ୍ୟାବସାୟିକ ବନ୍ଧୁ ତଥା ସୁନ୍ଦରଗଡ଼ ମାତାରାଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘରେ ମଧ୍ୟ ଚଢ଼ଉ ଚାଲିଛି । ନବ ଦାସଙ୍କ […]

୨ୟ ଦିନରେ ନବ ଦାସଙ୍କ ବିଭିନ୍ନ ଠିକଣା ଉପରେ ଆୟକର ବିଭାଗର ଚଢ଼ାଉ
Samaya Live Picture
Published On

ଝାରସୁଗୁଡା : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଆଜି ୨ୟ ଦିନରେ ଆୟକର ଚଢ଼ାଉ ଜାରି ରହିଛି । ଝାରସୁଗୁଡ଼ା,ସମ୍ବଲପୁର, ସୁନ୍ଦରଗଡ଼ ସ୍ଥିତ ବିଭିନ୍ନ ଠିକଣାରେ ପହଞ୍ଚି ଛାନଭିନ୍ ଚଳାଇଛି ଆୟକର ବିଭାଗ । ଏହି ଚଢ଼ାଉରେ ଆୟକର ବିଭାଗର ୧୦ ଜଣ ଅଧିକାରୀ ସାମିଲ ହୋଇଥିବା ଜଣାପଡିଛି ।

ସୁନ୍ଦରଗଡରେ ସ୍ବର୍ଗତ ଦାସଙ୍କ ବ୍ୟାବସାୟିକ ବନ୍ଧୁ ତଥା ସୁନ୍ଦରଗଡ଼ ମାତାରାଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘରେ ମଧ୍ୟ ଚଢ଼ଉ ଚାଲିଛି । ନବ ଦାସଙ୍କ ପୁଅ ବିଶାଳ ଦାସ କରିଥିବା ବେନାମୀ କମ୍ପାନୀରେ ସଞ୍ଜୟ ନିବେଶ କରିଥିବା ନେଇ ଚଢ଼ାଉ କରୁଛି ଆୟକର ବିଭାଗ । ଏହା ପୂର୍ବରୁ ବିଶାଳ ଦାସଙ୍କ ପିଏ ଆଶିଷ ଦାସଙ୍କ ଘରେ ମଧ୍ୟ ଆୟକର ଚଢ଼ାଉ ହୋଇଥିଲା । ସୂଚନାନୁସାରେ ଗତକାଲି ମଧ୍ୟ ନବ ଦାସଙ୍କର ବିଭିନ୍ନ ଠିକଣା ଉପରେ ଚଢ଼ାଉ କରିଥିଲା ଆୟକର ବିଭାଗ । ଝାରସୁଗୁଡା, ସମ୍ବଲପୁର ଓ ଭୁବନେଶ୍ବର ଭଳି ଏକାଥରକେ ୨୦ରୁ ଅଧିକ ସ୍ଥାନରେ ଚଢ଼ାଉ ହୋଇଥିଲା ।

Tags: