ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହାଇଦ୍ରାବାଦରେ ଜଣେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଜଘନ୍ୟ ଘଟଣା ଘଟିଛି । ସ୍ୱାମୀ ଓଡିଶା ଆସିଥିବାବେଳେ ଶିକ୍ଷୟିତ୍ରୀଙ୍କ ଅନୁଷ୍ଠାନରେ ଜଣେ କର୍ମଚାରୀ ଏହି ନାରକୀୟ କାଣ୍ଡ ଘଟାଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ଭରତପୁର ଅଞ୍ଚଳର ମହିଳା ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ୪ ବର୍ଷର ପୁଅଟିଏ ମଧ୍ୟ […]
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହାଇଦ୍ରାବାଦରେ ଜଣେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପେଟବଶିରାବାଦର କୋମପାଲି ଅଞ୍ଚଳରେ ଏଭଳି ଜଘନ୍ୟ ଘଟଣା ଘଟିଛି । ସ୍ୱାମୀ ଓଡିଶା ଆସିଥିବାବେଳେ ଶିକ୍ଷୟିତ୍ରୀଙ୍କ ଅନୁଷ୍ଠାନରେ ଜଣେ କର୍ମଚାରୀ ଏହି ନାରକୀୟ କାଣ୍ଡ ଘଟାଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ଭୁବନେଶ୍ବର ଭରତପୁର ଅଞ୍ଚଳର ମହିଳା ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ୪ ବର୍ଷର ପୁଅଟିଏ ମଧ୍ୟ ଅଛି। ସ୍ବାମୀ ହାଇଦ୍ରାବାଦରେ ଇଲେକ୍ଟ୍ରିକାଲ ମେଣ୍ଟନାନ଼ସ ବିଭାଗରେ ଭାବେ କାମ କରୁଥିଲେ । ୬ ମାସ ପୂର୍ବେ ସ୍ତ୍ରୀ ଓ ପୁଅ ମଧ୍ୟ ସେଠାକୁ ଯାଇ ସ୍ୱାମୀ କାମ କରୁଥିବା ଅନୁଷ୍ଠାନରେ ଶ୍ରମିକଙ୍କ ପିଲାଙ୍କ ପାଠ ପଢା ଦାୟିତ୍ବରେ ଥିଲେ ।
ଗତ ୧୧ ତାରିଖରେ ତାଙ୍କ ସ୍ବାମୀ ପାସପୋର୍ଟ କରିବା ପାଇଁ ପୁଅକୁ ଧରି ଓଡ଼ିଶା ଆସିଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ସେହି କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀ ତାଙ୍କ ଘରକୁ ଯାଇ ଖଟ ତଳେ ଲୁଚି ରହିଥିଲା । ମହିଳା ରୁମକୁ ଆସିବା ପରେ ଦୁଷ୍କର୍ମ କରିବା ସହ ତଣ୍ଟିଚିପି ହତ୍ୟା କରିଥିଲା। ଏନେଇ ମହିଳାଙ୍କ ପଡ଼ୋଶୀ ହାଇଦରାବାଦ ପୁଲିସକୁ ଜଣାଇଥିଲେ। ପୁଲିସ ମୃତଦେହ ଜବତ କରିବା ପରେ ଗୁରୁବାର ତାଙ୍କ ପରିବାରକୁ ଜଣାଇଥିଲା। ଘଟଣା ଜାଣିବା ପରେ ପରିବାର ଲୋକ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହତ୍ୟା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ । ସିସିଟିଭି ଫୁଟେଜରେ କଏଦ ହୋଇଛି ଅଭିଯୁକ୍ତର ଚିତ୍ର । ସିସିଟିଭି ଚିତ୍ର ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି।




