ପଶ୍ଚିମବଙ୍ଗରେ ଓଡ଼ିଆ ମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
କୋଲକାତା : କଲକତାରେ ଲଜ୍ଜା । ଆରଜି କର୍ ମେଡିକାଲ୍ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନଲିଭୁଣୁ ପୁଣି ଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ମେଡିକାଲ୍ କଲେଜ ଛାତ୍ରୀ । ପୀଡିତା ଛାତ୍ରୀଙ୍କ ଘର ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ଅଞ୍ଚଳରେ । ସେ ପଶ୍ଚିମବଙ୍ଗ ଦୁର୍ଗାପୁର ଠାରେ ଏକ ଘରୋଇ ମେଡିକାଲ କଲେଜର ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ । ଘଟଣା ଦିନ ଛତ୍ରୀ ଜଣକ ତାଙ୍କ ପୁରୁଷ […]
କୋଲକାତା : କଲକତାରେ ଲଜ୍ଜା । ଆରଜି କର୍ ମେଡିକାଲ୍ କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା ମନରୁ ନଲିଭୁଣୁ ପୁଣି ଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ମେଡିକାଲ୍ କଲେଜ ଛାତ୍ରୀ । ପୀଡିତା ଛାତ୍ରୀଙ୍କ ଘର ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ଅଞ୍ଚଳରେ । ସେ ପଶ୍ଚିମବଙ୍ଗ ଦୁର୍ଗାପୁର ଠାରେ ଏକ ଘରୋଇ ମେଡିକାଲ କଲେଜର ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ । ଘଟଣା ଦିନ ଛତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗୁପ୍ଚୁପ ଖାଇବାକୁ ଯାଇ ଫେରୁଥିବା ବେଳେ ଅଘଟଣର ଶିକାର ହୋଇଛନ୍ତି । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଶୋଭାପୁରରେ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ଦୁର୍ଗାପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜାତୀୟ ମହିଳା କମିଶନ ଟିମ୍ ବି ଘଟଣାସ୍ଥଳ ଅଭିମୁଖେ ଯାଉଥିବା ସୂଚନା ମିଳିଛି। ଆଜି ସକାଳେ ତାଙ୍କ ପରିବାର ସଦସ୍ୟ ଦୁର୍ଗାପୁର ଆସି କଲେଜର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଘଟନାନୁସାରେ, ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ବେଳେ କଲେଜ ପଛ ଗେଟ ଦେଇ କ୍ୟାମ୍ପସ୍ ବାହାରକୁ ଯାଇଥିଲେ। ଏହି ସମୟରେ କଲେଜ୍ ଗେଟ୍ ନିକଟରେ ୪ ରୁ ୫ ଜଣ ଅଜ୍ଞାତ ଲୋକ ତାଙ୍କୁ ପିଛା କରି ତାଙ୍କ ଠାରୁ ମୋବାଇଲ ଏବଂ ଟଙ୍କା ଛଡାଇ ନେଇଯାଇଥିଲେ । ତେବେ ଏହି ଘଟଣାକୁ ବିରୋଧ କରିବାରୁ ସେହି ବ୍ୟକ୍ତି ମାନେ ଛାତ୍ରୀଙ୍କୁ ନିକଟସ୍ଥ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ତାଙ୍କ ପୁରୁଷ ବନ୍ଧୁ ବୟାନ ଦେଇଛନ୍ତି । ଘଟଣା ପଦାକୁ ଆସିବା ପରେ ଦୁର୍ଗାପୁର ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି । ଛାତ୍ରୀଙ୍କ ପୁରୁଷବନ୍ଧୁଙ୍କୁ ପଚରାଉଚରା କରାଯାଉଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି । ତେବେ ରାତି ୮ଟା ପରେ ହଷ୍ଟେଲ ଛାତ୍ରୀଙ୍କୁ କ୍ୟାମ୍ପସ୍ ବାହାରକୁ ଯିବାକୁ ଅନୁମତି ନଥିବା ବେଳେ ଛାତ୍ରୀ ଜଣଙ୍କ କିପରି ବାହାରକୁ ଗଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଘଟଣା ସମ୍ପର୍କରେ ଜାଣିବା ପରେ ପୀଡିତାଙ୍କ ବାପା-ମାଆ ଶନିବାର ସକାଳେ ଦୁର୍ଗାପୁରରେ ପହଞ୍ଚିଥିଲେ। ପୋଲିସ ମଧ୍ୟ ହସ୍ପିଟାଲରେ ପହଞ୍ଚି ପୀଡିତାଙ୍କୁ ପଚରାଉଚରା କରିଥିଲା ଏବଂ ତାଙ୍କ ବୟାନ ରେକର୍ଡ କରିଥିଲା । ସେମାନେ ତାଙ୍କ ଝିଅର ବନ୍ଧୁଙ୍କୁ ମଧ୍ୟ ସନ୍ଦେହ କରୁଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁଷ୍କର୍ମ ଘଟଣାରେ ପ୍ରକୃତରେ କେତେ ଜଣ ସମ୍ପୃକ୍ତ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ଉକ୍ତ ଘରୋଇ କଲେଜର ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ରଛାତ୍ରୀ ।




