ଓଡ଼ିଆ ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ବଲାଙ୍ଗୀର : ବଲାଙ୍ଗିର ସହରର ଜଣାଶୁଣା ଓଡ଼ିଆ ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା। ଅଭିନେତ୍ରୀ ରୁଚିସ୍ମିତା ଗୁରୁ ବଲାଙ୍ଗିର ସୁଦପଡ଼ା ସ୍ଥିତ ନିଜ ମାମୁଙ୍କ ଘରେ ରହି ଆତ୍ମହତ୍ୟା କରିଛନ୍ତି I ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର କରି ପୋଲିସ୍‌ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ଏହା ଆତ୍ମହତ୍ୟା ନା ଆଉ କିଛି ସେନେଇ ବଲାଙ୍ଗିର ଟାଉନ […]

Samaya Live Picture
Published On

ବଲାଙ୍ଗୀର : ବଲାଙ୍ଗିର ସହରର ଜଣାଶୁଣା ଓଡ଼ିଆ ଆଲବମ ଅଭିନେତ୍ରୀଙ୍କ ଆତ୍ମହତ୍ୟା। ଅଭିନେତ୍ରୀ ରୁଚିସ୍ମିତା ଗୁରୁ ବଲାଙ୍ଗିର ସୁଦପଡ଼ା ସ୍ଥିତ ନିଜ ମାମୁଙ୍କ ଘରେ ରହି ଆତ୍ମହତ୍ୟା କରିଛନ୍ତି I ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ଉଦ୍ଧାର କରି ପୋଲିସ୍‌ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି। ଏହା ଆତ୍ମହତ୍ୟା ନା ଆଉ କିଛି ସେନେଇ ବଲାଙ୍ଗିର ଟାଉନ ପୋଲିସ୍‌ ତନାଘନା ଆରମ୍ଭ କରିଛି।

ମୃତଦେହ ଉଦ୍ଧାର ବେଳେ ତାଙ୍କ ବେକରେ ବ୍ଲୁଟୁଥ୍‌ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଘର ବଲାଙ୍ଗିର ସହରର ତାଲପାଲିପଡ଼ାରେ । ସେ ମାମୁଁଙ୍କ ଘରେ ରହି ଆସୁଥିଲେ । ତେବେ କେଉଁ କାରଣ ପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଲେ, ତାହା ସ୍ପଷ୍ଟ ହୋଇ ପାରିନାହିଁ । ରୁଚିସ୍ମିତା ଜଣେ ଲୋକପ୍ରିୟ ଆଲବମ୍ ଅଭିନେତ୍ରୀ । ରଙ୍ଗବତୀ ଏଗେନ ଗୀତରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ରୁଚିସ୍ମିତା । ଏଥିସହ ଅନେକ ଆଲବମ୍‌ରେ ଗୀତ ବି ଗାଇଛନ୍ତି । ସମ୍ବଲପୁରୀ ଆଲବମ୍‌ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ରୁଚିସ୍ମିତା ।

ରୁଚିସ୍ମିତାଙ୍କ ମା’ଙ୍କ କହିବାନୁସାରେ ଘରେ ଆଳୁ ପରଟା ତିଆରି କରିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା I ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ରୁଚିସ୍ମିତାଙ୍କ ଆତ୍ମହତ୍ୟା ଘଟଣାରେ ଅଧିକ ଖୋଳତାଡ ଚଳାଇଛି ବଲାଙ୍ଗିର ଟାଉନ ଥାନା ପୋଲିସ ।

Tags: