ନୁହ୍ ହିଂସା: କାର୍ ଜାଳି ଦେଲେ ଦଙ୍ଗାକାରୀ, ୩ ବର୍ଷୀୟ ଝିଅକୁ ନେଇ ଅଳ୍ପକେ ବର୍ତ୍ତିଲେ ମହିଳା ବିଚାରପତି
ଗୁରୁଗ୍ରାମ: ହରିୟଣା ସାମ୍ପ୍ରଦାୟିକ ଦଙ୍ଗାରୁ ଅଳ୍ପକେ ବର୍ତ୍ତିଲେ ମହିଳା ବିଚାରପତି ।ନୁହ ଜିଲ୍ଲାର ମହିଳା ବିଚାରପତି ଅଞ୍ଜଳି ତାଙ୍କ ୩ ବର୍ଷୀୟ ଝିଅ ସହ ଔଷଧ କିଣି ଫେରୁଥିବା ବେଳେ ଦଙ୍ଗାକାରୀଙ୍କ ହାବୁଡରେ ଫସିଯାଇଥିଲେ । ଏଥିରୁ ଅଳ୍ପକେ ନିଜ ଝିଅକୁ ଧରି ଜୀବନ ବଞ୍ଚାଇ ଫେରିଲେ I ସୋମବାର ହରିୟଣା ନୁହ୍ରେ ଏକ ଧାର୍ମିକ ସାମ୍ପ୍ରଦାୟିକ ବିବାଦକୁ ନେଇ ଘଟିଥିବା ହିଁସାକାଣ୍ଡରେ ଉତ୍ୟକ୍ତ ଜନତା ମୁଖ୍ୟ ନ୍ୟାୟିକ ବିଚାରପତି ଏସଜିଏମ୍ ଅଞ୍ଜଳି ଓ ତାଙ୍କର ୩ […]
ଗୁରୁଗ୍ରାମ: ହରିୟଣା ସାମ୍ପ୍ରଦାୟିକ ଦଙ୍ଗାରୁ ଅଳ୍ପକେ ବର୍ତ୍ତିଲେ ମହିଳା ବିଚାରପତି ।ନୁହ ଜିଲ୍ଲାର ମହିଳା ବିଚାରପତି ଅଞ୍ଜଳି ତାଙ୍କ ୩ ବର୍ଷୀୟ ଝିଅ ସହ ଔଷଧ କିଣି ଫେରୁଥିବା ବେଳେ ଦଙ୍ଗାକାରୀଙ୍କ ହାବୁଡରେ ଫସିଯାଇଥିଲେ । ଏଥିରୁ ଅଳ୍ପକେ ନିଜ ଝିଅକୁ ଧରି ଜୀବନ ବଞ୍ଚାଇ ଫେରିଲେ I
ସୋମବାର ହରିୟଣା ନୁହ୍ରେ ଏକ ଧାର୍ମିକ ସାମ୍ପ୍ରଦାୟିକ ବିବାଦକୁ ନେଇ ଘଟିଥିବା ହିଁସାକାଣ୍ଡରେ ଉତ୍ୟକ୍ତ ଜନତା ମୁଖ୍ୟ ନ୍ୟାୟିକ ବିଚାରପତି ଏସଜିଏମ୍ ଅଞ୍ଜଳି ଓ ତାଙ୍କର ୩ ବର୍ଷୀୟ ଝିଅ ଉପରକୁ ଆକ୍ରମଣ କରିଥିଲେ । ଏନେଇ ସିଟି ନୁହ ପୋଲିସ୍ ଷ୍ଟେସନରେ ଏଫ୍ଆଇଆର୍ ଦାଖଲ ହୋଇଛି । ଏଥିରେ ଉଲ୍ଲେଖ ରହିଛି ସେ ଔଷଧ ନେଇ ଫେରୁଥିବା ବାଟରେ ଦଙ୍ଗାକାରୀ ମାନେ ତାଙ୍କ କାର୍ଉପରକୁ ଗୁଳି ଓ ଟେକା ମାଡ କରିଥିଲେ ।ଫଳରେ ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ବିଚାରପତି,ତାଙ୍କ ଝିଅ ଓ କର୍ମଚାରୀ ନୁହ ସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡର ଏକ କର୍ମଶାଳାରେ ଆଶ୍ରୟ ନେଇ ଥିଲେ । ପରେ ତାଙ୍କୁ କିଛି ଓକିଲ ସେଠାରୁ ଉଦ୍ଧାରକରିଥିଲେ ପରଦିନ ଯେତେବେଳେ ସେ ଯାଞ୍ଚ୍ କରିବାକୁ ଯାଇଥିଲେ ସେତେବେଳେ କାର୍ଟି ଜଳିଯାଇଥିବାର ଦେଖିଥିଲେ । ସୂଚନାନୁସାରେ ବ୍ରିଜମଣ୍ଡଳ ଯାତ୍ରା ବେଳେ ହରିୟଣାର ଏକ ଗୋଷ୍ଠୀ ପକ୍ଷରୁ ପଥରମାଡ ହୋଇଥିଲା ।ଯାହା ପରେ ହିଂସାର ରୂପ ନେଇଥିଲା । ଏଯାଏ ୨୨ଟି ଏଫ୍ଏଆଇଆର୍ ଦାଖଲ ହୋଇଥିବାର ସୂଚନା ନୁହର ଏସପି କହିଛନ୍ତି । ଏହି ମାମଲାରେ ୧୫ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ୧୫୦ ଜଣଙ୍କୁ ପଚରାଉଚରା କରାଯାଉଛି ।ଏଣୁ ସେଠାକାର ସୁରକ୍ଷାକୁ ନଜରରେ ରଖି ଅଗଷ୍ଟ ୫ ଯାଏ ଇଣ୍ଟରନେଟ୍ ଓ ଏସ୍ଏମଏସ ସେବାକୁ ସ୍ଥଗିତ କରିଛନ୍ତି ହରିୟଣା ସରକାର । ଏଣୁ ସେଠାକାର ସୁରକ୍ଷାକୁ ନଜରରେ ରଖି ଅଗଷ୍ଟ ୫ ଯାଏ ଇଣ୍ଟରନେଟ୍ ଓ ଏସ୍ଏମଏସ ସେବାକୁ ସ୍ଥଗିତ କରିଛନ୍ତି ହରିୟଣା ସରକାର ।




