ଏନକାଉଣ୍ଟରରେ ଜଣେ କୁଖ୍ୟାତ ମାଓବାଦୀ ନିପାତ,୩ ଜଣଙ୍କ ଆତ୍ମସମର୍ପଣ

ବିଜାପୁର: ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ମାଓବାଦୀ ସୋଢି କନ୍ନା ଓରଫ ପଦନାମ । ତା’ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଛତିଶଗଡ଼ର ବିଜାପୁର ନେସନାଲ ପାର୍କ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ସୋଡି କନ୍ନା ନିହତ ହୋଇଥିବା ସୂଚନା ମିଳିଛି । ସୋଡି କନ୍ନା ମାଓବାଦୀଙ୍କ PLGA ବାଟାଲିୟନରେ ୧ ନମ୍ବର କମାଣ୍ଡର ଥିଲେ । ସୋଡି କନ୍ନା ଜଗରଗୁଣ୍ଡା […]

ଏନକାଉଣ୍ଟରରେ ଜଣେ କୁଖ୍ୟାତ ମାଓବାଦୀ ନିପାତ,୩ ଜଣଙ୍କ ଆତ୍ମସମର୍ପଣ
Samaya Live Picture
Published On

ବିଜାପୁର: ସୁରକ୍ଷା ବାହିନୀଙ୍କ ଗୁଳିରେ ନିପାତ ହୋଇଛି କୁଖ୍ୟାତ ମାଓବାଦୀ ସୋଢି କନ୍ନା ଓରଫ ପଦନାମ । ତା’ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଛତିଶଗଡ଼ର ବିଜାପୁର ନେସନାଲ ପାର୍କ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ସୋଡି କନ୍ନା ନିହତ ହୋଇଥିବା ସୂଚନା ମିଳିଛି । ସୋଡି କନ୍ନା ମାଓବାଦୀଙ୍କ PLGA ବାଟାଲିୟନରେ ୧ ନମ୍ବର କମାଣ୍ଡର ଥିଲେ । ସୋଡି କନ୍ନା ଜଗରଗୁଣ୍ଡା ଥାନା କିଷ୍ଟାରମର ବାସିନ୍ଦା ବୋଲି ଜଣାପଡ଼ିଛି।

ଏହି ଏନକାଉଣ୍ଟର ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ସୋଡି କନ୍ନା ବହୁ ଦିନ ଧରି ଅନେକ ମାଓ କାର୍ଯ୍ୟକଳାପରେ ସକ୍ରିୟ ଥିଲା ଏବଂ ସୁରକ୍ଷା ବାହିନୀର ହିଟ୍ ଲିଷ୍ଟରେ ସାମିଲ ଥିଲା।

ଅନ୍ୟପଟେ ଆଜି ଫୁଲବାଣୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ଦୁର୍ଦ୍ଦାନ୍ତ ମାଓବାଦୀ ଇ ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ଓଡିଶା ଛତିଶଗଡ଼ ର ବିଭିନ୍ନ ମାଓ ହିଂସାରେ ଏମାନେ ଜଡିତ ଥିଲେ । ଏହି ୩ ମାଓବାଦୀଙ୍କ ମଧ୍ୟରେ ଜଣେ DCM ରାଙ୍କ ର ଏବଂ ୨ ଜଣ ACM ରାଙ୍କ ଥିବା ସୂଚନା ମିଳିଛି ।

Tags: