ଉସମାନ ଖାନଙ୍କୁ ତଡିପାର ଘୋଷଣା

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ଉସମାନ ଖାନଙ୍କୁ ତଡିପାର ଘୋଷଣା କଲା କମିଶନରେଟ ପୁଲିସ। ତାଙ୍କ ନାଁରେ ଚଉଦଟି ଅପରାଧିକ ମାମଲା ରହିଛି। ହେଲେ ସେ ପୁଲିସ ଆଖିରେ ଧୂଳି ଦେଇ ଅନେକ ଦିନ ହେବ ଫେରାର ରହିଛି। କଟକ ସହରକୁ ଅପରାଧ ମୁକ୍ତ କରିବା ଲକ୍ଷ୍ୟରେ କମିଶନରେଟ ପୁଲିସ ଏଭଳି ଆକ୍ସନ ନେଇଛି। ଉସମାନ ଖାଁ ଏବେ ତେଇଶି ନମ୍ବର ୱାର୍ଡର କଂଗ୍ରେସ ସଭାପତି ଅଛନ୍ତି। ଭେଟେରାନ୍ ଅପରାଧୀ ବାବା ଖାଁଙ୍କ ପୁତୁରା ହେଉଛନ୍ତି ଉସମାନ ଖାନ୍।

Samaya Live Picture
Published On

Tags: