ଭିଜିଲାନ୍ସ ଜାଲରେ ପଡିଲେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ
ପୁରୀ : ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ । ଲାଞ୍ଚ ଟଙ୍କା ଧରି ବସ୍କୁ ଅପେକ୍ଷା କରିଥିବା ବେଳେ ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତିଙ୍କୁ ମାଡ଼ିବସିଲା ଭିଜିଲାନ୍ସ । ଏହା ସହିତ ତାଙ୍କ ଠାରୁ ୨ ଲକ୍ଷ ୧୪ ହଜାର ଲାଞ୍ଚ ଟଙ୍କା ଜବତ କରିଛି । ଧରାପଡିବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଦେବୀପ୍ରସାଦଙ୍କ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଚଢାଉ ବେଳେ ତାଙ୍କ ନିକଟରୁ […]
ପୁରୀ : ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ । ଲାଞ୍ଚ ଟଙ୍କା ଧରି ବସ୍କୁ ଅପେକ୍ଷା କରିଥିବା ବେଳେ ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତିଙ୍କୁ ମାଡ଼ିବସିଲା ଭିଜିଲାନ୍ସ । ଏହା ସହିତ ତାଙ୍କ ଠାରୁ ୨ ଲକ୍ଷ ୧୪ ହଜାର ଲାଞ୍ଚ ଟଙ୍କା ଜବତ କରିଛି । ଧରାପଡିବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ଦେବୀପ୍ରସାଦଙ୍କ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।
ଚଢାଉ ବେଳେ ତାଙ୍କ ନିକଟରୁ ଆଉ ୫୯ ହଜାର ୬୧୦ ଟଙ୍କା ଏବଂ ଭୁବନେଶ୍ବର ୟୁନିଟ-୮ସ୍ଥିତ ସରକାରୀ ବାସଭବନରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ମୋଟ୍ ୪ ଲକ୍ଷ ୫୩ ହଜାର ୬୧୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏସବୁ ଟଙ୍କାର ସଠିକ ହିସାବ ଦେଇ ନ ପାରିବାରୁ ତାଙ୍କୁ ଅଟକ ରଖି ପଚାର ଉଚରା କରୁଛି ଭିଜିଲାନ୍ସ I




