ବୁଖାରୀକୁ ନେଇ ନୂଆ ଖୁଲାସା !
ଭୁବନେଶ୍ୱର : ୫ ଦିନିଆ ରିମାଣ୍ଡରେ ଅଛି ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀ ସୟଦ ଈଶାନ ବୁଖାରୀ I ଇଂଟେଲିଜେନ୍ସ ବ୍ୟୁରୋ ର ୭ ଜଣିଆ ଓ ଏସଟିଏଫ ର ୪ ଜଣିଆ ଟିମ ତାକୁ ୩ ଦିନ ଧରି ମାରାଥନ ଜେରା କରୁଛନ୍ତି I ରିମାଣ୍ଡରେ ଆଜି ୩ୟ ଦିନରେ ଏସଟିଏଫ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ I ସୟଦ ଈଶାନ ବୁଖାରୀ ଥିଲା ହନିଟ୍ରାପ୍ ମାଷ୍ଟର I ସେ ନିଜେ ତିଆରି କରିଥିଲା ଗୋଟିଏ’ଆପ’I ଏହି […]
ଭୁବନେଶ୍ୱର : ୫ ଦିନିଆ ରିମାଣ୍ଡରେ ଅଛି ସନ୍ଦିଗ୍ଧ କାଶ୍ମିରୀ ଆତଙ୍କୀ ସୟଦ ଈଶାନ ବୁଖାରୀ I ଇଂଟେଲିଜେନ୍ସ ବ୍ୟୁରୋ ର ୭ ଜଣିଆ ଓ ଏସଟିଏଫ ର ୪ ଜଣିଆ ଟିମ ତାକୁ ୩ ଦିନ ଧରି ମାରାଥନ ଜେରା କରୁଛନ୍ତି I ରିମାଣ୍ଡରେ ଆଜି ୩ୟ ଦିନରେ ଏସଟିଏଫ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ I ସୟଦ ଈଶାନ ବୁଖାରୀ ଥିଲା ହନିଟ୍ରାପ୍ ମାଷ୍ଟର I ସେ ନିଜେ ତିଆରି କରିଥିଲା ଗୋଟିଏ’ଆପ’I ଏହି ‘ଆପ’ ଜରିଆରେ କିଛି ଯୁବତୀଙ୍କ ସହ ଯୋଗାଯୋଗ ରଖଥିଲା ବୁଖାରୀ । ଏହି ‘ଆପ’ମାଧ୍ୟମରେ ସେ ମହିଳା ମାନଙ୍କ ଦ୍ୱାରା ନ୍ୟୂଡ଼ କଲ କରୁଥିଲା I ଏହି ସାଇଟରେ ନିୟୋଜିତ କରିଥିଲା ୫୭ ଜଣ ମହିଳା । ଆଉ ଏହି ମହିଳାମାନଙ୍କ ଠାରୁ ୨୫ ପ୍ରତିଶତ ଆକାରରେ କମିସନ ନେଉଥିଲା I ଏହି ଆପ ମାଧ୍ୟମରେ ଓଡ଼ିଶାର ଦୁଇ ଜଣଙ୍କ ସହ ତାର ଥିଲା ସମ୍ପର୍କ । ଗତକାଲି ଦ୍ୱିତୀୟ ଦିନରେ ଜେରା ବେଳେ,ବୁଖାରୀର ସଂଘାତିକ ଷଡଯନ୍ତ୍ର ନେଇ ସୂଚନା ମିଳିଛି ।
ଏହାବାଦ ଯୁବକମାନଙ୍କୁ ବି ଚୁନା ଲଗାଇଛି ଏହି ସନ୍ଦିଗ୍ଧ ଆତଙ୍କବାଦୀ । ବଡ଼ ବଡ଼ କମ୍ପାନୀରେ ଚାକିରୀ ଦେବାକୁ କହି ବେକାରୀ ଯୁବକମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟିଛି ବୁଖାରୀ । ଓଡ଼ିଶାର ଯୁବକ ମଧ୍ୟ ଏହି ଠକେଇର ଶିକାର ହୋଇଛନ୍ତି । ଏହା ସହ ୧୨ଟି ଡେଟିଙ୍ଗ ଆପରେ ଅଲଗା ଅଲଗା ନାଁରେ ଯୁବତୀଙ୍କ ସହିତ ରଖିଥିଲା ସମ୍ପର୍କ ।
ସେହିଭଳି ୯ଟି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି । ଇଣ୍ଡସ ଇଣ୍ଡ ବ୍ୟାଙ୍କ୍,IDBI Bank,ଏସବିଆଇ,Axis Bank, Central Bank, IDFC,ବ୍ୟାଙ୍କ୍ ଅଫ୍ ବରୋଦାରେ ରହିଛି ଆକାଉଣ୍ଟ । ବ୍ୟାଙ୍କ ମାଧ୍ୟମରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ସୂଚନା ମିଳିଛି ।




