ମାମୁଁକୁ ପଥରରେ ଛେଚି ହତ୍ୟା କଲା ଭଣଜା

ବଣାଇ : ସାମାନ୍ୟ ବଚସାରୁ ମାମୁଁଙ୍କୁ ପଥରରେ ଛେଚି ହତ୍ୟା କଲା ଭଣଜା I ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେ.ବଳଙ୍ଗା ଥାନା ଗଉଡ଼ୁଣୀପୋଷ ଗାଁ ପତଳା ସାହିରେ I ସୂଚନାନୁସାରେ,ଲହୁଣୀପଡ଼ା ଥାନା କେନାପାଲୀ ଗାଁର ସୁବନ କଂସରିଆ ଗଉଡ଼ୁଣୀପୋଷ ଗାଁର ଥିବା ଭଣଜା ଠୂରୁ ଧୀବରଙ୍କ ଘରକୁ ବୁଲିବାକୁ ଯାଇଥିଲା I ତେବେ ସେଠାରେ କୌଣସି କଥାକୁ ନେଇ ମାମୁଁ,ଭଣଜାଙ୍କ ମଧ୍ୟରେ ବଚସା ହୋଇଥିଲା I ଏହାପରେ ଉତ୍ୟକ୍ତ ହୋଇ ଭଣଜା ଠୂରୁ […]

Samaya Live Picture
Published On

ବଣାଇ : ସାମାନ୍ୟ ବଚସାରୁ ମାମୁଁଙ୍କୁ ପଥରରେ ଛେଚି ହତ୍ୟା କଲା ଭଣଜା I ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେ.ବଳଙ୍ଗା ଥାନା ଗଉଡ଼ୁଣୀପୋଷ ଗାଁ ପତଳା ସାହିରେ I

ସୂଚନାନୁସାରେ,ଲହୁଣୀପଡ଼ା ଥାନା କେନାପାଲୀ ଗାଁର ସୁବନ କଂସରିଆ ଗଉଡ଼ୁଣୀପୋଷ ଗାଁର ଥିବା ଭଣଜା ଠୂରୁ ଧୀବରଙ୍କ ଘରକୁ ବୁଲିବାକୁ ଯାଇଥିଲା I ତେବେ ସେଠାରେ କୌଣସି କଥାକୁ ନେଇ ମାମୁଁ,ଭଣଜାଙ୍କ ମଧ୍ୟରେ ବଚସା ହୋଇଥିଲା I ଏହାପରେ ଉତ୍ୟକ୍ତ ହୋଇ ଭଣଜା ଠୂରୁ ମାମୁଁ ସୁବନ କଂସରିଆଙ୍କଙ୍କୁ ଏକ ପଥରରେ ଛେଚି ଦେଇଥିଲା I ଘଟଣାସ୍ଥଳରେ ମାମୁଁଙ୍କ ମୃତ୍ୟୁ ଘଟିଥିଲା I ଏହାପରେ ଭଣଜା ଠୂରୁ ପୋଲିସ ନିକଟରେ ଯାଇ ଆତ୍ମସମର୍ପଣ କରିଛି I ଲହୁଣୀପଡ଼ା ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ଠୂରୁ ଙ୍କୁ ହେପାଜତକୁ ନେଇଛି I

Tags: