ଦାଦାର କଟାମୁଣ୍ଡ ଧରି ଥାନାରେ ପୁତୁରା

କେନ୍ଦୁଝର : ପାରିବାରିକ କଳହର ଉଗ୍ର ରୂପ । ଦାଦାକୁ ନୃଶଂସ ଭାବରେ କୁରାଢ଼ିରେ ହାଣି ହତ୍ୟା । ଏହାପରେ କଟା ମୁଣ୍ଡ କୁ ଏକ ବ୍ୟାଗରେ ପୁରାଇ ଥାନାରେ ପହଁଚିଲା ପୁତୁରା । କେନ୍ଦୁଝର ଜିଲ୍ଲା ସଦର ଥାନା ତଳକଇଁସାରି ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି । ମୃତକ ହେଉଛନ୍ତି ଗାଁର ହରି ଦେହୁରୀ ଏବଂ ଅଭିଯୁକ୍ତ ପୁତୁରା ହେଉଛି କବି ଦେହୁରୀ […]

ଦାଦାର କଟାମୁଣ୍ଡ ଧରି ଥାନାରେ ପୁତୁରା
Samaya Live Picture
Published On

କେନ୍ଦୁଝର : ପାରିବାରିକ କଳହର ଉଗ୍ର ରୂପ । ଦାଦାକୁ ନୃଶଂସ ଭାବରେ କୁରାଢ଼ିରେ ହାଣି ହତ୍ୟା । ଏହାପରେ କଟା ମୁଣ୍ଡ କୁ ଏକ ବ୍ୟାଗରେ ପୁରାଇ ଥାନାରେ ପହଁଚିଲା ପୁତୁରା । କେନ୍ଦୁଝର ଜିଲ୍ଲା ସଦର ଥାନା ତଳକଇଁସାରି ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଜଣା ପଡିଛି । ମୃତକ ହେଉଛନ୍ତି ଗାଁର ହରି ଦେହୁରୀ ଏବଂ ଅଭିଯୁକ୍ତ ପୁତୁରା ହେଉଛି କବି ଦେହୁରୀ ।

ଘଟନାନୁସାରେ, ଶୁକ୍ରବାର ରାତିରେ ତଳକଇଁସାରୀ ଗାଁରେ ଦଣ୍ଡ ନାଚ ଚାଲିଥିଲା । ପରିବାର ଲୋକେ ଦଣ୍ଡ ନାଚ ଦେଖିବାକୁ ଯାଇଥିବା ବେଳେ ପୂର୍ବ ଶତ୍ରୁତାରୁ ନିକଟସ୍ଥ ବିଲ ମଝିରେ ଦାଦାକୁ ନିର୍ମମ ଭାବରେ କୁରାଢ଼ିରେ ହାଣି ହତ୍ୟା କରିଥିଲା ପୁତୁରା । ଏହାପରେ କକାର କଟା ମୁଣ୍ଡକୁ ଏକ ବ୍ୟାଗରେ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚି ଆତ୍ମସମର୍ପଣ କରିଥିଲା। ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖିବା ସହିତ ତଦନ୍ତ ଜାରି ରଖିଛି ।

Tags: