ମାମୁଁଙ୍କ ଘରେ ଭଣଜାକୁ ହତ୍ୟା
ବଡ଼ବିଲ :ବଡ଼ବିଲ ଥାନାଞ୍ଚଳ ଦାମୁ ହଟିଂରେ ଯୁବକକୁ ନିର୍ମମ ହତ୍ୟା। ମୃତକ ଜଣଙ୍କ ହେଉଛନ୍ତି ମହେନ୍ଦ୍ର ମହାକୁଡ଼ ଓରଫ ମୁନା । ମହେନ୍ଦ୍ରଙ୍କ ନାଁରେ ବଡ଼ବିଲ ତଥା ଆଖପାଖ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ଗୁରୁବାର ରାତିରେ ଦାମୁ ହଟିଂ ଭୂୟାଁ ସାହିରେ ଥିବା ମହେନ୍ଦ୍ରଙ୍କ ଜଣେ ସମ୍ପର୍କୀୟ ମାଇଁଙ୍କ ଘରେ ଏହି ହତ୍ୟାକାଣ୍ଡ ଘଟିଛି। ତାଙ୍କ ମୁଣ୍ଡକୁ କେହି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି । […]
ବଡ଼ବିଲ :ବଡ଼ବିଲ ଥାନାଞ୍ଚଳ ଦାମୁ ହଟିଂରେ ଯୁବକକୁ ନିର୍ମମ ହତ୍ୟା। ମୃତକ ଜଣଙ୍କ ହେଉଛନ୍ତି ମହେନ୍ଦ୍ର ମହାକୁଡ଼ ଓରଫ ମୁନା । ମହେନ୍ଦ୍ରଙ୍କ ନାଁରେ ବଡ଼ବିଲ ତଥା ଆଖପାଖ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ଗୁରୁବାର ରାତିରେ ଦାମୁ ହଟିଂ ଭୂୟାଁ ସାହିରେ ଥିବା ମହେନ୍ଦ୍ରଙ୍କ ଜଣେ ସମ୍ପର୍କୀୟ ମାଇଁଙ୍କ ଘରେ ଏହି ହତ୍ୟାକାଣ୍ଡ ଘଟିଛି। ତାଙ୍କ ମୁଣ୍ଡକୁ କେହି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ହତ୍ୟାକାଣ୍ଡ ନେଇ ଆଜି ସକାଳେ ଜଣାପଡିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସନ୍ଦେହରେ ସମ୍ପର୍କୀୟ ମାଇଁ ସମେତ ୩ ଜଣଙ୍କୁ ଥାନାକୁ ନେଇ ପଚରଉଚରା ଜାରି ରଖିଛି ବଡ଼ବିଲ ପୋଲିସ ।
ସେପଟେ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ କୁ ମଧ୍ୟ ଡକାଯାଇଛି । ଏନେଇ ବଡ଼ବିଲ ଥାନାରେ ଏକ ମାମଲା ରୁଜୁ କରି ପୋଲିସ୍ ତଦନ୍ତ ଜାରି ରଖିଥିଲେ ହେଁ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ସେନେଇ କାରଣ ଅସ୍ପଷ୍ଟ ରହିଛି।




