ଗେଣ୍ଡୁଗଛ ପାଇଁ ନାବାଳିକାଙ୍କୁ ହତ୍ୟା କଲା ପଡୋଶୀ
ଉଦଳା : ଗେଣ୍ଡୁଗଛ ପାଇଁ ଜୀବନ ଗଲା I ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପଡୋଶୀ I ଏ ଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଭାଲୁହୁରୁଡା ଗାଁରେ I ମୃତ ନାବାଳିକା ଜଣଙ୍କ ହେଲେ ସରସ୍ୱତୀ ହାଁସଦା I ଏନେଇ ନାବାଳିକାଙ୍କ ମା’ସୀତା ହାଁସଦା ଥାନାରେ ଅଭିଯୋଗ କରିଛନ୍ତି I ଘଟନାନୁସାରେ,ଗତକାଲି ସୀତା ହାଁସଦା ଏବଂ ତାଙ୍କ ସ୍ୱାମୀ ଭୁବନେଶ୍ୱର ଆସିଥିଲେ I ସେ ନିଜର ୧୨ ବର୍ଷର ନାବାଳିକା ଝିଅକୁ ପଡୋଶୀଙ୍କ […]
ଉଦଳା : ଗେଣ୍ଡୁଗଛ ପାଇଁ ଜୀବନ ଗଲା I ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ପଡୋଶୀ I ଏ ଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଉଦଳା ଭାଲୁହୁରୁଡା ଗାଁରେ I ମୃତ ନାବାଳିକା ଜଣଙ୍କ ହେଲେ ସରସ୍ୱତୀ ହାଁସଦା I ଏନେଇ ନାବାଳିକାଙ୍କ ମା’ସୀତା ହାଁସଦା ଥାନାରେ ଅଭିଯୋଗ କରିଛନ୍ତି I
ଘଟନାନୁସାରେ,ଗତକାଲି ସୀତା ହାଁସଦା ଏବଂ ତାଙ୍କ ସ୍ୱାମୀ ଭୁବନେଶ୍ୱର ଆସିଥିଲେ I ସେ ନିଜର ୧୨ ବର୍ଷର ନାବାଳିକା ଝିଅକୁ ପଡୋଶୀଙ୍କ ଘରେ ଛାଡି ଆସିଥିଲେ I ଭୁବନେଶ୍ୱରରେ ନାବାଳିକା ଜଣକ ପାଠ ପଢ଼ୁଥିବା ବେଳେ ତାର ସାର୍ଟିଫିକେଟ ଆଣି ଉଦଳାରେ ପଢ଼ାଇବେ ବୋଲି ଝିଅକୁ ପଡୋଶୀଙ୍କ ଘରେ ଛାଡି ଯାଇଥିଲେ। ଭୁବନେଶ୍ୱର ଆସିବା ପରେ ପଡୋଶୀ ସୀତାଙ୍କୁ ଫୋନ କରି ତାଙ୍କ ଝିଅ ଗେଣ୍ଡୁ ଗଛ ଚୋରି କରିଛି ବୋଲି ଫୋନ କରି କହିଥିଲେ । କିନ୍ତୁ ରାତିରେ ସୀତା ଆସି ପହଞ୍ଚିବା ପରେ ଘର ଦ୍ୱାର ମୁହଁରେ ଝିଅ ବେକରେ ଏକ ଓଢଣୀ ଲଗାଇ ଝୁଲିଥିବା ଦେଖିବାକୁ ପାଇଥିଲେ। ଝିଅ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ମଧ୍ୟ ରହିଛି । ଗେଣ୍ଡୁ ଗଛ ଚୋରି କରିବାରୁ ପଡୋଶୀ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ସୀତା । ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।




