ଗାୟକ ସୌରୀନ ଭଟ୍ଟଙ୍କ ନାଁରେ NBW ଜାରି

କଟକ : ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା ମାମଲା I ଗାୟକ ସୌରୀନ ଭଟ୍ଟଙ୍କ ନାଁରେ NBW ଜାରି କଲେ କୋର୍ଟ I ଫେରାର ଅଭିଯୁକ୍ତ ସୌରୀନଙ୍କ ପାଇଁ ଗତ ସପ୍ତାହରେ ଏହି ୱାରେଣ୍ଟ ଜାରି ହୋଇଛି I ଅନ୍ୟପଟେ ସୌରୀନ ଭଟ୍ଟ ସୁପ୍ରିମ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି I ତେବେ ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିବା ଓ ତାଙ୍କ ନାଁରେ NBW ଜାରି ହେବାପରେ ତାଙ୍କୁ ସୁପ୍ରିମକୋର୍ଟରୁ […]

Samaya Live Picture
Published On

କଟକ : ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା ମାମଲା I ଗାୟକ ସୌରୀନ ଭଟ୍ଟଙ୍କ ନାଁରେ NBW ଜାରି କଲେ କୋର୍ଟ I ଫେରାର ଅଭିଯୁକ୍ତ ସୌରୀନଙ୍କ ପାଇଁ ଗତ ସପ୍ତାହରେ ଏହି ୱାରେଣ୍ଟ ଜାରି ହୋଇଛି I ଅନ୍ୟପଟେ ସୌରୀନ ଭଟ୍ଟ ସୁପ୍ରିମ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି I ତେବେ ହାଇକୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିବା ଓ ତାଙ୍କ ନାଁରେ NBW ଜାରି ହେବାପରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ନମିଳିବା ନେଇ କଟକ ମହିଳା ଥାନାଧିକାରୀ ସୂଚନା ଦେଇଛନ୍ତି I ସୁପ୍ରିମକୋର୍ଟରୁ ତାଙ୍କର ଜାମିନ ଆବେଦନ ଖାରଜ ହେଲେ ତାଙ୍କୁ ଯେକୌଣସି ମୁହୂର୍ତ୍ତରେ ଗିରଫ କରାଯଇପାରେ ବୋଲି କହିଛନ୍ତି I

ସୂଚନାନୁସାରେ,ଗତ ଅଗଷ୍ଟ ୩୦ ତାରିଖରେ ହାଇକୋର୍ଟରୁ ସୌରୀନଙ୍କ ଜାମିନ ଆବେଦନ ଖାରଜ ହେବାପରେ,ସେପ୍ଟେମ୍ବର ୧୧ ତାରିଖରେ କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ନୋଟିସ ଜାରି କରିଛନ୍ତି I

Tags: