ସୌରୀନଙ୍କ ବିରୋଧରେ NBW ଜାରି
କଟକ : କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କ ବିରୋଧରେ ଜାରି ହେବ NBW। ଜାମିନ ବିହୀନ ଗିରଫ ପରୱାନା ପାଇଁ କୋର୍ଟରେ ଆବେଦନ କରିବ କଟକ କମିଶନରେଟ ପୋଲିସ। ମହିଳାଙ୍କୁ ଯୌନ ଶୋଷଣ ତଥା ଅର୍ଥ ଠକେଇ ଅଭିଯୋଗରେ ସୌରୀନ ଦୀର୍ଘ ଦିନ ହେବ ତଦନ୍ତରେ ସହଯୋଗ କରୁନାହାନ୍ତି I ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ ସୌରୀନଙ୍କ ନାଁରେ ପୂର୍ବରୁ ଲୁକ୍ ଆଉଟ ସର୍କୁଲାର ଜାରି କରିଥିଲା […]
କଟକ : କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ତଦନ୍ତରେ ସହଯୋଗ କରୁନଥିବାରୁ ତାଙ୍କ ବିରୋଧରେ ଜାରି ହେବ NBW। ଜାମିନ ବିହୀନ ଗିରଫ ପରୱାନା ପାଇଁ କୋର୍ଟରେ ଆବେଦନ କରିବ କଟକ କମିଶନରେଟ ପୋଲିସ।
ମହିଳାଙ୍କୁ ଯୌନ ଶୋଷଣ ତଥା ଅର୍ଥ ଠକେଇ ଅଭିଯୋଗରେ ସୌରୀନ ଦୀର୍ଘ ଦିନ ହେବ ତଦନ୍ତରେ ସହଯୋଗ କରୁନାହାନ୍ତି I ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ ସୌରୀନଙ୍କ ନାଁରେ ପୂର୍ବରୁ ଲୁକ୍ ଆଉଟ ସର୍କୁଲାର ଜାରି କରିଥିଲା କମିଶନରେଟ ପୋଲିସ । ଆଜି ଯାଏଁ ସୌରୀନଙ୍କୁ ଠାବ କରାଯାଇ ପାରି ନଥିବାରୁ ଏହିଭଳି କଡା ପଦକ୍ଷେପ ନେଇଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର।
ସୌରୀନଙ୍କ ବିରୋଧରେ କଟକ ମହିଳା କୋର୍ଟରେ ଅଭିଯୋଗ ହେବାଠାରୁ ତାଙ୍କର ପତ୍ତା ମିଳୁନି । କୋଲକାତା ପୋଲିସ ସହାୟତାରେ ତାଙ୍କ ଘରେ ବି ରେଡ୍ ହୋଇଥିଲା । ଏଥିପାଇଁ କୋଲକାତା ଯାଇଥିଲେ କଟକ ପୋଲିସର ୪ଜଣିଆ ଟିମ୍ । ସୌରୀନଙ୍କ ଘର ସମେତ ତିନୋଟି ସ୍ଥାନରେ ରେଡ୍ ହୋଇଥିଲା । କିନ୍ତୁ ମିଳି ନଥିଲେ ସୌରୀନ । କୋଲକାତାରୁ ପୋଲିସ ଟିମ୍ ଖାଲି ହାତରେ ଫେରିଥିଲା । ଏହାପରେ ତାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଥିଲା। ଏହାସହ ସୌରୀନଙ୍କ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଫ୍ରିଜ କରାଯାଇଛି।




